odisha agro industries corporation
ଅର୍ଥ ବିଭାଗର ଅନୁମୋଦନ ପରେ ବି ମିଳୁନି ନିଯୁକ୍ତି

ଭୁବନେଶ୍ବର : କୃଷିଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ 1968ରେ ରାଜ୍ୟ ସରକାର ପ୍ରତିଷ୍ଠା କରିଥିଲେ ଓଡିଶା କୃଷି ଶିଳ୍ପ ନିଗମ । ମାତ୍ର କୃଷି ପ୍ରତି ସରକାରଙ୍କ ଅବହେଳାର ନମୂନା ପାଲଟି ଯାଇଛି ଏହି ସଂସ୍ଥା । ପୂର୍ବ ସରକାରରେ 2023ରେ ନିଗମକୁ କ୍ରିୟାଶୀଳ କରିବାକୁ 312 ପଦବୀରେ ନିଯୁକ୍ତି କରିବାକୁ ଅର୍ଥ ବିଭାଗ ମଂଜୁରୀ ଦେଇଥିଲା । କିନ୍ତୁ ଅର୍ଥ ବିଭାଗର ଅନୁମୋଦନ ପରେ ବିଜେଡି ସରକାର ଯାଇ ବିଜେପି ସରକାର ଆସିବାର ଦୁଇବର୍ଷ ପୁରା କରିଥିଲେ ବି ନିଯୁକ୍ତି ମିଳିଲାନି । କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହନ ଦେବା ଦୂରର କଥା, ସରକାର ଆଉଟସୋର୍ସିଂ ନିଯୁକ୍ତି ଦେଇ କେବଳ ନିଗମକୁ ଲୁଟିବାରେ ଲାଗିଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି, ଅବସରପ୍ରାପ୍ତ ବାବୁମାନଙ୍କ ଥଇଥାନ କେନ୍ଦ୍ର ପାଲଟି ଯାଇଛି ଏହି ନିଗମ । ବହୁ କର୍ମଚାରୀ ଅବସର ପରେ ବି ନିଗମରେ କାର୍ଯ୍ୟ କରୁଥିବା ଜଣାପଡିଛି । 65ରୁ ଅଧିକ ବୟସର ଅନେକ କର୍ମଚାରୀ ଏବେ ବି ନିଗମରେ କାର୍ଯ୍ୟ କରୁଛନ୍ତି । କୃଷିକୁ ଅଗ୍ରାଧିକାର ଦିଆଯାଉଛି ବୋଲି ସରକାର ଖାଲି ବାହାସ୍ଫଟ ମାରୁଛନ୍ତି ସିନା, କାମ କିନ୍ତୁ ଶୂନ । ନିଗମକୁ ସକ୍ରୀୟ କରିବା ପାଇଁ ଯୁବପୀଢିକୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here