ପତ୍ନୀଙ୍କୁ ମାରପିଟ୍ କରିବା ଅଭିଯୋଗରେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ନାଁରେ ମାମଲା । ଥାନାରେ ଏତଲା ଦେଇଛନ୍ତି ପତ୍ନୀ ଆଣ୍ଟ୍ରିୟା । ମୁମ୍ବାଇ ବାନ୍ଦ୍ରା ଥାନାରେ ଅଭିଯୋଗ ହୋଇଛି । ତେବେ ନିଜ ଏତଲାରେ ପତ୍ନୀ ଦର୍ଶାଇଛନ୍ତି ଯେ, ନିଶାସକ୍ତ ଅବସ୍ଥାରେ ତାଙ୍କୁ ମାରଧର କରୁଛନ୍ତି ବିନୋଦ କାମ୍ବଲି । ଗତ ଶୁକ୍ରବାର ଦିନ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ମାରପିଟ୍ କରିଥିଲେ । ଏପରିକି ଗାଳି ଗୁଲଜ କରିବା ପରେ କାମ୍ବଲି ଗୋଟିଏ ତାୱା ପତ୍ନୀଙ୍କ ଉପରେ ଫୋପାଡିଥିଲେ । ଯେଉଁଥିପାଇଁ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ପୋଲିସ ଏପର୍ଯ୍ୟନ୍ତ ବିନୋଦଙ୍କୁ ପଚରାଉଚରା କରିନାହିଁ । ବିନୋଦଙ୍କ ଫୋନ ସୁଇଚଅଫ ରହିଛି ।

LEAVE A REPLY

Please enter your comment!
Please enter your name here