ଆର୍ଥିକ ଦୁର୍ବଳ ଶ୍ରେଣୀରେ ଅନ୍ତର୍ଭୁକ୍ତ ଥିବା ଲୋକଙ୍କୁ ସରକାରୀ ଚାକିରୀ ଏବଂ ଶିକ୍ଷା କ୍ଷେତ୍ରରେ 10 ପ୍ରତିଶତ ସଂରକ୍ଷଣ ପରେ ଏବେ ମଧ୍ୟମ ଶ୍ରେଣୀ ପାଇଁ ମଧ୍ୟ କେନ୍ଦ୍ର ସରକାର ଆଗାମୀ ଦିନରେ କିଛି ବଡ ଘୋଷଣା କରିପାରନ୍ତି. ଏଥିରେ ଗୋଟିଏପଟେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଉଦ୍ୟୋଗୀଙ୍କୁ ଦୃଷ୍ଟିରେ ରଖାଯିବ ଏବଂ ଅନ୍ୟପଟେ ଚାଷୀଙ୍କ ପାଇଁ ମଧ୍ୟ ଏକ ବଡ ପ୍ୟାକେଜ ଘୋଷଣା କରାଯିବ ବୋଲି ସୂଚନା ମିଳିଛି. ତେବେ ତିନି ସପ୍ତାହ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପସ୍ଥାପିତ କରିବାକୁ ଥିବା ମଧ୍ୟକାଳୀନ ବଜେଟରେ ଏହାକୁ ପାସ୍ କରାଯାଇପାରେ ବୋଲି କୁହାଯାଉଛି. ତେବେ 2009 ମସିହାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଣବ ମୂଖାର୍ଜୀ ମଧ୍ୟକାଳୀନ ବଜେଟ ଉପସ୍ଥାପିତ ସମୟରେ ବିଭିନ୍ନ ପ୍ରକାର ଘୋଷଣା କରିଥିଲେ. ଏହାପରେ 2014 ମସିହାରେ ଥିବା ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ମଧ୍ୟ ଲୋକଙ୍କ ଉପକାର ପାଇଁ ବଡ ଘୋଷଣା କରିଥିଲେ. ବର୍ତ୍ତମାନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକଙ୍କ ପାଇଁ କି ପ୍ରକାର ଘୋଷଣା କରୁଛନ୍ତି ତାହା ଦେଖିବାକୁ ରହିଲା.

LEAVE A REPLY

Please enter your comment!
Please enter your name here