ରାଜ୍ୟରେ ଅନରକିଲିଂ କୁ ରୋକିବା ପାଇଁ  ରାଜ୍ୟ ଗୃହ ବିଭାଗ ଓଡିଶା ପୋଲିସ, ଜିଲ୍ଲାପାଳ, ଏସପିଙ୍କୁ ନିର୍ଦ୍ଦେଶ ଦେଇ ନୂଆ ଗାଇଡଲାଇନ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି) ଜାରି କରିଛନ୍ତି । ଏସଓପି ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ପୋଲିସ ଅଫିସରଙ୍କୁ ଦିଆଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୨୭ରେ ଏକ ଅନର କିଲିଂ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟଙ୍କୁ ନେଇ ରାଜ୍ୟ ଗୃହ ବିଭାଗ ଏଭଳି ଗାଇଡ ଲାଇନ ଘୋଷଣା କରିଛନ୍ତି । ଗାଇଡଲାଇନ ଅନୁସାରେ ପ୍ରତ୍ୟେକ ଅଞ୍ଚଳର କଙ୍ଗାରୁ କୋର୍ଟକୁ ପ୍ରଥମେ ଚିହ୍ନଟ କରାଯିବ । ଏଭଳି ଘଟଣାକୁ ଏଡ଼ାଇବା ପାଇଁ ପୋଲିସକୁ ଅଧିକ ସତର୍କ ରହିବାକୁ ପଡିବ । କୌଣସି ଅଞ୍ଚଳରେ କଙ୍ଗାରୁ କୋର୍ଟର ବୈଠକ ହେଉଥିବା ଜାଣିବା ପରେ ସଂପୃକ୍ତ ପୋଲିସ ଅଧିକାରୀ ନିଜର ବରିଷ୍ଠ ଅଧିକାରୀଙ୍କୁ ଜଣାଇବେ । ସଂପୃକ୍ତ ସ୍ଥାନରେ ଅଧିକରୁ ଅଧିକ ପୋଲିସ ନିୟୋଜିତ କରାଯିବାକୁ ନିର୍ଦ୍ଦେଶ ହୋଇଛି । କଙ୍ଗାରୁ କୋର୍ଟର ନିଷ୍ପତିକୁ ଭିଡିଓ ରେକଡିଂ କରାଯିବ । ଯେଉଁ ସ୍ଥାନରେ ଅନରକିଲିଂ ହେଉଛି ସେଠାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହ ଆଇନକୁ ହାତକୁ ନେଉଥିବା ସଂପୃକ୍ତ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି କୌଣସି ସ୍ଥାନରେ ଅସ୍ୱାଭାବିକ ଘଟଣା ଘଟେ ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦାୟିତ୍ୱରେ ରହିଥିବା ଥାନା ଅଧିକାରୀ ଦାୟିତ୍ୱରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଅନରକିଲିଂ ମାମଲାକୁ ଫାଷ୍ଟଟ୍ରାକ କୋର୍ଟରେ ୬ ମାସ ମଧ୍ୟରେ ଶୁଣାଣି କରିବା ପାଇଁ ଏହି ଗାଇଡଲାଇନରେ ନିର୍ଦ୍ଦେଶ ହୋଇଛି ।

LEAVE A REPLY

Please enter your comment!
Please enter your name here