ଶ୍ରୀ ମନ୍ଦିରର ରତ୍ନ ସିଂହାସନକୁ ଛାଡି ମାଉସୀ ଘରୁ ନବଦିନାତ୍ମକ ଯାତ୍ରା ଶେଷ ପରେ ବଡ ଭାଇ ବଳଭଦ୍ର ଏବଂ ଅଲିଅଳି ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ସିଂହଦ୍ୱାର ନିକଟରେ ପହଞ୍ଚିଛନ୍ତି ବଡ ଦେଉଳର ବଡ ଠାକୁର ଜଗନ୍ନାଥ । ଆସନ୍ତାକାଲି ବଡଦାଣ୍ଡରେ ତିନି ରଥ ପହଞ୍ଚିବା ପରେ ନିତିକାନ୍ତି ଅନୁଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ମହାବାହୁ । ମହଣ ମହଣ ସୁନା ଗହଣାରେ ଆଭୁଷିତ ହୋଇ ରଥ ଉପରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର । କିରିଟ,କୁଣ୍ଡଳ,ଘାଘରାମାଳି , କଦମ୍ବ ମାଳି , ଶ୍ରୀପୟର ,ବାହୁ ,ବାଘନଖି,ହଳ ମୂଷଳ ,ଶ୍ରୀ ଭୁଜ,ଚନ୍ଦ୍ରିକା,ଅଳକା ,ଚନ୍ଦ୍ରସୂର୍ଯ୍ୟ, କମରପଟି,ଶଙ୍ଖଚକ୍ର ଆଦି ସୁନା ଅଳଙ୍କାରରେ ଅପରାହ୍ନ ୪ଟାରୁ ଦର୍ଶନ ଦେଉଛନ୍ତି ତିନି ଠାକୁର । ରାତି ୧୧ ଟା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ । ମହାବାହୁଙ୍କର ଏହି ଦୁର୍ଲ୍ଲଭ ସୁନାବେଶ ଦର୍ଶନ କଲେ ଅନନ୍ତ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ପ୍ରତିବର୍ଷ ପାଞ୍ଚଥର ସୁନାବେଶ ଅନୁଷ୍ଠିତ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ,ପୌଷ ପୂର୍ଣ୍ଣିମା ,ଦୋଳ ପୂର୍ଣ୍ଣିମା ଓ ଦଶହରା ସମୟରେ ରତ୍ନ ସିଂହାସନରେ ସୁନାବେଶରେ ଦର୍ଶନ ଦିଅନ୍ତି ତିନି ଠାକୁର କିନ୍ତୁ ବର୍ଷକରେ ଥରେ ମାତ୍ର ଭକ୍ତଙ୍କ ଗହଣରେ ବଡଦାଣ୍ଡରେ ଦେବ ଦୁର୍ଲ୍ଲଭ ବେଶରେ ମହାବାହୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସୁନାବେଶ ପାଇଁ ପୁରୀରେ ୮ ରୁ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ଏତେ ପରିମାଣର ଭକ୍ତଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ପୋଲିସ ପ୍ରସାଶନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here