୮୦ ଦଶକର ଚାଣକ୍ୟ, ବନେଗୀ ଅପନେ ବାତ, ଭାରତ ଏକ ଖୋଜ୍ ଏବଂ ଚନ୍ଦ୍ରକାନ୍ତା ଭଳି ଟିଭି ଶୋରୁ ଆରମ୍ଭ ହୋଇଥିଲା ଇରଫାନ୍ ଖାନ୍‌ଙ୍କ ସଫର । ଏହାପରେ ୧୯୮୮ରେ ସିଧା ‘ସଲାମ ବମ୍ବେ’ରେ ଅଭିନୟ କରିବାରେ ସୁଯୋଗ ପାଇଥିଲେ ଇରଫାନ୍ । ଫିଲ୍ମରୁ ଆରମ୍ଭ ହୋଇଥିବା ସଫର ୨୦୨୦ରେ କେତେବେଳେ ରାସ୍ତାରେ ସରିଗଲା ତାହା ଟିକେ ବି ଅନୁଭବ ହେଲାନି । ପରଦାରେ ତାଙ୍କର ଦମଦାର ଡାଇଲଗ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେବଳ ବଲିଉଡ ନୁହେଁ ହଲିଉଡରେ ଅନେକ ଫିଲ୍ମରେ ମଧ୍ୟ ସେ ତାଙ୍କ ପ୍ରତିଭା ଦେଖାଇଛନ୍ତି । ଇରଫାନ ଖାନଙ୍କ ପରଲୋକରେ ସମସ୍ତେ ସ୍ତବ୍ଧ । ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲା । ହଠାତ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା । ୨୦୧୮ରେ ଇରଫାନଙ୍କର ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମରରେ ସମସ୍ୟା ଥିଲା । ସେ ବ୍ରିଟେନରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ସେ ଭାରତ ଫେରି ଫିଲ୍ମ ଅଙ୍ଗେଜି ମିଡିୟମର ସୁଟିଙ୍ଗ ମଧ୍ୟ ଆରମ୍ଭ କରିଥିଲେ । ମାର୍ଚ୍ଚରେ ଫିଲ୍ମଟି ରିଲିଜ ୍ ହୋଇଥିବାବେଳେ ତା ପରେ ସେ ଆଉ କୌଣସି ନୂଆ ଫିଲ୍ମ ହାତକୁ ନେଇନଥିଲେ । କିମ୍ବଦନ୍ତି କଳାକାରଙ୍କ ବିୟୋଗରେ ନେତା, ମନ୍ତ୍ରୀ ଏବଂ ସମସ୍ତ କଳାକାର ଶୋକବ୍ୟକ୍ତ କରିଛନ୍ତି । ଇରଫାନ ଖାନଙ୍କ ମୃତ୍ୟୁ ପରେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ପରେଶ ରାୱଲଙ୍କ ସମେତ ବଲିଉଡର ଭେଟେରାନମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥି ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ଅନ୍ୟ ନେତାମାନେ ମଧ୍ୟ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ହାସିଲ, ହାଇଦର, ଇଂରାଜୀ ମିଡିୟମ, ହିନ୍ଦୀ ମିଡିୟମ, ପାନ୍ ସିଂ ତୋମାର, ନା ଜାନେ ପରି ଏଭଳି ଆହୁରି ଅନେକ ଚଳଚ୍ଚିତ୍ର ଅଛି ଯେଉଁଥିରେ ଇରଫାନ ଖାନ ନିଜର ଦମଦାର ଅଭିନୟର ପରାକାଷ୍ଠା ଦେଖାଇଥିଲେ

LEAVE A REPLY

Please enter your comment!
Please enter your name here