ଉନ୍ମୋଚିତ ହୋଇଛି କବି ଅଳକା ମହାନ୍ତିଙ୍କ କବିତା ପୁସ୍ତକ ‘ନିଜ ଭିତରକୁ ରାସ୍ତା’ I ଭୁବନେଶ୍ବର ସ୍ଥିତ ରେଡକ୍ରସ ଭବନରେ ଆୟୋଜିତ ସାରସ୍ବତ ସମାରୋହରେ ବିଶିଷ୍ଟ କବି ରମାକାନ୍ତ ରଥ ଓ କବି ସୌଭାଗ୍ୟ ମିଶ୍ର ଯୋଗଦେଇ ପୁସ୍ତକ ଉନ୍ମୋଚନ କରିଥିଲେ I  ଅଧିକାଂଶ କବିତା ଇଶ୍ବରଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି ଏବଂ ବିଭିନ୍ନ କବିତାରେ କବି ପ୍ରକୃତିକୁ ନେଇ ବିଭୋର ହୋଇଯାଇଥିବା କବି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ I ପୁସ୍ତକର ମୁଖବନ୍ଧ ଲେଖିଥିବା କବି ରମାକାନ୍ତ ରଥ ଅଳକା ମହାନ୍ତି ଖୁବ ସମାଜ ସଚେତନ ଏବଂ ତାଙ୍କ ଲେଖାରେ ଅନ୍ୟାୟ, ଅତ୍ୟାଚାର ବିରୋଧରେ ପ୍ରତିବାଦର ସ୍ବର ଖୁବ ତୀବ୍ର ବୋଲି ମତ ଦେଇଛନ୍ତି I ପୁସ୍ତକଟିକୁ ସମୀକ୍ଷା କରି ଉତ୍କଳ ବିଶ୍ବବିଦ୍ୟାଳୟର ଓଡିଆ ବିଭାଗ ଅଧ୍ୟାପକ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ କହିଥିଲେ, କବିତାଗୁଡିକ ଅତ୍ୟନ୍ତ ସରଳ ଭାଷାରେ ଲେଖାଯାଇଥିବାରୁ ଏହା ପଠନଯୋଗ୍ୟ I  ଏହି ମନୋଜ୍ଞ କାର୍ଯ୍ୟକ୍ରମରେ ‘ନିଜ ଭିତରକୁ ରାସ୍ତା’ ପୁସ୍ତକରୁ ଦୁଇଟି କବିତା ଆବୃତ୍ତି କରିଥିଲେ କବି ସ୍ବପ୍ନା ମିଶ୍ର ଓ କବି ସଂଯୁକ୍ତା ରାଉତ I  ଇଂକ ଓଡିଶା ପକ୍ଷରୁ ପ୍ରକାଶିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବକୁ ସଂଯୋଜନା କରିଥିଲେ ପ୍ରକାଶିକା ସୁନନ୍ଦା ପ୍ରଧାନ I ଶେଷରେ କବି ଅଳକା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I

LEAVE A REPLY

Please enter your comment!
Please enter your name here