ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ପ୍ରମୁଖ ଏମ୍. କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି. ଅସୁସ୍ଥ ଅନୁଭବ କରିବାରୁ ଶୁକ୍ରବାର ରାତିରେ ତାଙ୍କୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା. ରକ୍ତଚାପ ଜନିତ ସମସ୍ୟା ହେତୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା ସୂଚନା ମିଳିଛି. ହସ୍ପିଟାଲରେ ଭର୍ତ୍ତି ହେବାର କିଛିକ୍ଷଣ ମଧ୍ୟରେ ତାଙ୍କୁ ଆଇସିୟୁକୁ ନିଆଯାଇଥିଲା. ସେଠାରେ ଏକ ଅଭିଜ୍ଞ ଡାକ୍ତରୀଦଳ ତାଙ୍କ ଚିକିତ୍ସାରେ ନିୟୋଜିତ ରହିଛି.

କରୁଣାନିଧିଙ୍କ ଅସୁସ୍ଥତାର ଖବର ପାଇବା ମାତ୍ରେ କାବେରୀ ହସ୍ପିଟାଲ ବାହାରେ ତାଙ୍କର ଅସଂଖ୍ୟ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି . ସମର୍ଥକମାନେ ହାତଯୋଡ଼ି ତାଙ୍କ ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରୁଛନ୍ତି. ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ସେଠାରେ ପୋଲିସ ମୁତୟନ କରିଛନ୍ତି.

କିଛି ଦିନ ତଳେ କରୁଣାନିଧି ତାଙ୍କ 94ତମ ଜନ୍ମଦିନ ପାଳନ କରିଥିଲେ. ଜୁଲାଇ 26 ଦିନ ତାଙ୍କ ଡିଏମକେ ପ୍ରମୁଖ ହେବାର 50 ବର୍ଷ ମଧ୍ୟ ପୂରିଛି. କୌଣସି ପ୍ରକାରର ଗୁଜବକୁ ବିଶ୍ୱାସ ନକରିବା ପାଇଁ ପରିବାର ପକ୍ଷରୁ କୁହାଯାଇଛି.

LEAVE A REPLY

Please enter your comment!
Please enter your name here