ଆଉ ନାହାଁନ୍ତି ଆଳୟ ମହାନ୍ତି । ବରିଷ୍ଠ ସାମ୍ବାଦିକ , ସମାଜସେବୀ , ପ୍ରଯୋଜକ, ତଥା ଓୟୁଜେର ପୂର୍ବତନ ସାଧାରଣ ସମ୍ପାଦକ ଆଳୟ ମହାନ୍ତିଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଗତକିଛିଦିନ ହେବ ସେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପାର୍ଥୀବ ଶରୀରକୁ ୟୁନିଟ୍‌-୬ ସ୍ଥିତ ସରକାରୀ ବାସଭବନକୁ ଅଣାଯିବା ପରେ ସେଠାରେ ବହୁ ସାମ୍ବାଦିକ, ବୁଦ୍ଧିଜୀବି ଯୋଗ ଦେଇ ଶେଷ ଦର୍ଶନ କରିଛନ୍ତି । ପରେ ପାର୍ଥୀବ ଶରୀରକୁ ନିଜ ଗାଁ ଜଟଣୀକୁ ନେବା ପରେ ସେଠାରୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

LEAVE A REPLY

Please enter your comment!
Please enter your name here