ପାକିସ୍ତାନ ସେନା ଓ ଗୁଇନ୍ଦା ଏଜେନ୍ସି ଆଇଏସଆଇ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ପାକ୍‌ର ନାମିଦାମୀ ଅଭିନେତ୍ରୀ ଏବଂ ମଡେଲଙ୍କ ସହାୟତାରେ ଦେଶର ରାଜନେତାଙ୍କୁ କରାଯାଉଥିଲା ଟାର୍ଗେଟ । ହନିଟ୍ରାପ ଦ୍ୱାରା ସେମାନଙ୍କୁ ଫସାଇ ବ୍ଲାକମେଲ କରାଯାଉଥିଲା । ଦେଶର ସୁରକ୍ଷା ଦାୟିତ୍ୱ ବୁଝୁଥିବା ସେନା ଏବଂ ଆଇଏସଆଇର ଏଭଳି କାର୍ଯର୍୍ୟ ବିଶ୍ୱବ୍ୟାପୀ ଚର୍ଚ୍ଚାର ଖୋରାକ ଯୋଗାଇଛି । ପୂର୍ବତନ ସେନା ମୁଖ୍ୟ କମର ଜାଭେଦ ବାଜୱା ସାମିଲ ଥିବା ଅଭିଯୋଗ ହୋଇଛି । ଏବଂ ପୂର୍ବତନ ଆଇଏସଆଇ ମୂଖ୍ୟ ଫୈଜ୍ ହମିଦ ଏଥିରେ ସାମିଲ ଥିବା ଜଣାପଡିଛି । ପାକ୍ ସେନାର ଜଣେ ପୂର୍ବତନ ମେଜର ଆଦିଲ ରାଜା ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି । ରାଜଧାନୀ ଇସଲାମବାଦ ସମେତ ଦେଶର ଅନ୍ୟ ପ୍ରମୂଖ ସ୍ଥାନରେ ସେନା ଓ ଆଇଏସଆଇର ସେକ୍ସ ହାଉସ ରହିଛି । ଏଠାରେ ନେତାଙ୍କୁ ଡକାଯାଇ ଅଭିନେତ୍ରୀ ଏବଂ ମଡେଲ ମାନେ ନେତାଙ୍କ ଶର୍ଯ୍ୟା ସଙ୍ଗୀନି ସାଜୁଥିଲେ । ଏହି ସମୟରେ ସେମାନଙ୍କର ଅଶ୍ଳୀଳ ଭିଡିଓ ସୁଟ୍ କରାଯାଉଥିଲା । ପରେ ନେତାଙ୍କୁ ଭିଡିଓ କ୍ଲିପ୍ ପଠାଇ ବ୍ଲାକମେଲ କରାଯାଉଥିଲା । ୪ ଜଣ ଅଭିନେତ୍ରୀଙ୍କ ନାଁ ଖୁଲାସା ହୋଇଛି ।

LEAVE A REPLY

Please enter your comment!
Please enter your name here