ସୁନାବେଶକୁ ସବୁଠାରୁ ବେଶ୍ ଆକର୍ଷଣୀୟ ବୋଲି କୁହାଯାଏ । ବିଧି ଅନୁସାରେ ଶ୍ରୀ ଜଗନ୍ନାଥଙ୍କର ବର୍ଷକୁ ୫ ଥର ସୁନାବେଶ ଅନୁଷ୍ଠିତ ହୁଏ । କିନ୍ତୁ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ବର୍ଷକୁ ଥରେ ସୁନାବେଶ ହୋଇଥାଏ । ଏହି ସୁନାବେଶ ବାହୁଡା ଏକାଦଶୀରେ ଅନୁଷ୍ଠିତ ହୋଇଥାଏ । ଶ୍ରୀଜିଉଙ୍କ ସୁନାବେଶ ବେଶ୍ ଆଡମ୍ବରେ ଅନୁଷ୍ଟିତ ହୁଏ । ଶ୍ରୀଜିଉଙ୍କ ସୁନା ଅଳଙ୍କାରକୁ ଭିତରୁ ଭଣ୍ଡାରଘରୁ ବହାରକୁ କଢ଼ାଯାଏ । ଏବଂ ଭଣ୍ଡାର ଭିତରୁ ଠାକୁରଙ୍କ ହାତ,ଗୋଡ,ସେମାନେ ଧରୁଥିବା ବିଭିନ୍ନ ଅସ୍ତ୍ର ଓ ପିନ୍ଧୁଥିବା ଅଳଙ୍କାର ଯେମିତି କିରଟି,ଗହଣା, ଅଣ୍ଟାପଟି ପ୍ରଭୃତି ଶ୍ରୀଜିଉଙ୍କୁ ସୁନାବେଶରେ ସଜାଯାଇଥାଏ । ତେବେ ପାଖାପାଖି ୧୫୦ ପ୍ରକାରର ଗହଣା ଶ୍ରୀଜିଉଙ୍କୁ ଲଗାଯାଏ । ଏହି ବେଶ ପରମ୍ପରା ବହୁ ପୂର୍ବରୁ ଅନୁଷ୍ଠିତ ହେଇ ଆସୁଛି । ସୁନାବେଶରେ ଚତୁର୍ଦ୍ଧା ମୂର୍ତ୍ତି ଅତ୍ୟନ୍ତ ସୁନ୍ଦର ଦେଖାଯାଇଥାନ୍ତି ।

LEAVE A REPLY

Please enter your comment!
Please enter your name here