ଚଳିତ ବର୍ଷ ଉଭୟ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବହୁତ ସଅଳ ଅନୁଷ୍ଠିତ ହୋଇଛି । ପୁଣି ଥରେ ବଡ଼ଦାଣ୍ଡକୁ ଫେରିଛି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ । ଶ୍ରୀମନ୍ଦିର ସମ୍ମୁଖକୁ ପହଁଚିଛନ୍ତି ତିନି ଠାକୁର । ନଅ ଦିନ ଯାଏଁ ଜନ୍ମବେଦୀରେ ଲୀଳାଖେଳା କରି ଫେରିଆସିଛନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ନିର୍ଦ୍ଧାରିତ ବହୁ ସମୟ ପୂର୍ବରୁ ରଥ ଟଣା ଆରମ୍ଭ ହୋଇଥିଲା। ପ୍ରଥମେ ସକାଳା ୯ଟା ପରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଧାଡ଼ି ପହଣ୍ଡି ହୋଇଥିଲା । ଜଣକ ପରେ ଜଣ ଜନ୍ମବେଦୀରୁ ବାହାରି ପୁଣି ଥରେ ରଥ ଉପରେ ବୀଜେ କରିଥିଲେ । ଏହାପରେ ମଧ୍ୟାହ୍ନ ୧୨ଟା ବେଳକୁ ଛେରା ପହଁରା ନୀତି ସମାପନ ହୋଇଥିଲା । ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁବାଷିତ ଚନ୍ଦନ ଜଳରେ ରଥକୁ ମାର୍ଜଣା କରି ସୁବର୍ଣ୍ଣ ଖଡ଼ିକାରେ ତିନି ରଥରେ ଝାଡ଼ୁ ଦେଇଥିଲେ । ଏହାପରେ ଚାରମାଳ ଫିଟା ଯାଇ ଘୋଡ଼ା ବନ୍ଧା ଯାଇଥିଲା । ଏହା ପରେ ପ୍ରାୟ ୧ଟା ୨୦ମିନିଟ୍‌ରେ ପ୍ରଥମେ ତାଳଧ୍ୱଜ ଟଣା ଯାଇଥିଲା । ପରେ ଦେବଦଳନ ଓ ନନ୍ଦିଘୋଷ ରଥ ମଧ୍ୟ ଟଣାଯାଇଥିଲା । ସାଢ଼େ ଦୁଇଟା ବେଳକୁ ତିନି ରଥ ଶରଧାବାଲିରେ ଗଡ଼ିଥିଲା । ବାହୁଡ଼ାରେ ଲକ୍ଷ ଲକ୍ଷ ଭକ୍ତ ପୁରୀ ରୁଣ୍ଡ ହୋଇଛନ୍ତି । ଘଣ୍ଟ, ଖୋଳ, ଭେରୀ,ତୁରୀ, ହରିବୋଲ ଓ ହୁଳହୁଳିରେ ଗଗନ ପବନ ପ୍ରକମ୍ପିତ ହେଉଛି ।

 

LEAVE A REPLY

Please enter your comment!
Please enter your name here