ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ନାମାଙ୍କନ ଭରିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । କଡା ସୁରକ୍ଷାବଳୟ ଭିତରେ ଓଡିଶା ଭବନରୁ ସଂସଦ ଭବନ ଯାତ୍ରା କରିଛନ୍ତି । ସହଯୋଗୀ ଦଳଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିବେ । ରାଜ୍ୟ ବିଜେପିର ୧୦ ବିଧାୟକ ଉପସ୍ଥିତ ରହିବେ । ଏଥିପାଇଁ ସେମାନେ ଦିଲ୍ଲୀ ଯାଇଛନ୍ତି । ବିଜେଡି ସରକାରଙ୍କ ଦୁଇ କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ମଧ୍ୟ ଉପସ୍ଥିତ ରହିଛନ୍ତି । ଆନ୍ଧ୍ର ୱାଇଏସଆର କଂଗ୍ରେସର ଦୁଇ ଜଣ ସାଂସଦ ମଧ୍ୟ ଉପସ୍ଥିିିତ ରହିବେ । ଗତକାଲି ଦିଲ୍ଲୀରେ ପହଁଞ୍ଚିବା ପରେ ଦ୍ରୌପଦୀ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ପରେ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ , ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , ବିଜେପି ରାଷ୍ଟ୍ରିୟ ଅଧକ୍ଷ୍ୟ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ଦ୍ରୌପଦୀ । ଏଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here