ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ଯବାନଙ୍କୁ ଶ୍ରୀନଗରଠାରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ସେନା ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ପ୍ରଦାନ ଉତ୍ସବ ଆୟୋଜନ କରାଯାଇଥିଲା । ଶୋକାକୁଳ ପରିବେଶ ମଧ୍ୟରେ ବୀର ଯବାନଙ୍କୁ ତୋପ ସଲାମୀ ସହ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା . ସହୀଦଙ୍କ ମରଶରୀରକୁ ଯବାନମାନେ କାନ୍ଧେଇ ଆଣୁଥିବା ବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଶବାଧାର ଆଗରେ କାନ୍ଧ ଲଗେଇ ଶେଷ ସମ୍ମାନ ପ୍ରଦାନ କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓ ବରିଷ୍ଠ ସେନା ଅଧିକାରୀମାନେ ଯୋଗଦେଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here