ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଳୁଛି ଓଡିଶା । ଭୁବନେଶ୍ବର ଓ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ଉଭୟ ସହର ରାଜ୍ୟର ତତଲା ସହର ଭାବେ ଆଜି ବି ରେକର୍ଡ କରିଛନ୍ତି ।
ସମ୍ବଲପୁରରେ ଦିନ ଦୁଇଟା ସୁଦ୍ଧା ତାପମାତ୍ରା 40.6 ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ 40 ଡିଗ୍ରୀ ରହିଛି । ହୀରାକୁଦରେ 39.4 ଡିଗ୍ରୀ ସେଲସିଅସ ରହିଛି । ବାଲେଶ୍ବରରେ ତାପମାତ୍ରା 35.4 ଡିଗ୍ରୀ ରହିଛି ।
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜରୁରୀ କାର୍ଯ୍ୟ ନ ଥିଲେ ଲୋକେ ପଦାକୁ ବାହାରୁନାହାଁନ୍ତି ।

LEAVE A REPLY

Please enter your comment!
Please enter your name here