ଚଣ୍ଡିଖୋଲରେ ଉଦଘାଟିତ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ. ଚଳିତ ଶିକ୍ଷା ବର୍ଷରୁ ଏହି କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିପାରିବେ. ବାବା ଭୈରବାନନ୍ଦ କଲେଜ ପରିସରରେ ଅସ୍ଥାୟୀ ଭାବେ ଆରମ୍ଭ ହୋଇଥିବା ଦ୍ୱିତୀୟ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ପବ୍ଲିକ ହେଲଥରେ ସ୍ନାତକତ୍ତୋର ଏବଂ ରୁରାଲ ମ୍ୟାନେଜମେଣ୍ଟରେ ଏମବିଏ କରିପାରିବେ. ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ବିଶ୍ୱବିଦ୍ୟାଳୟର ଏହି ଦ୍ୱିତୀୟ କ୍ୟାମ୍ପସକୁ ଉଦଘାଟନ କରିବା ସହ ଖୁବ ଶୀଘ୍ର ସ୍ଥାୟୀ କ୍ୟାମ୍ପସ ନିର୍ମାଣ କରାଯିବ ବୋଲି କହିଛନ୍ତି. ଏଥିପାଇଁ ରାଜ୍ୟ ସରକାର 25 କୋଟି ଟଙ୍କା ମଞ୍ଜୁର କରିଛନ୍ତି.  ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମାଞ୍ଚଳ କ୍ୟାମ୍ପସ ଭାବେ ଏହି ଦ୍ୱିତୀୟ କ୍ୟାମ୍ପସ ପରିଚିତ ହେବ ଏବଂ ଏହା ପରିସରରେ ଏକ ଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି. ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ 109 କୋଟି ଟଙ୍କାର 5ଟି ପ୍ରକଳ୍ପକୁ ଉଦଘାଟନ କରିଥିବା ବେଳେ ଆଉ 8ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି. ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସୁଙ୍ଗୁଡାରେ ଆୟୋଜିତ ବିକାଶ ସମାବେଶରେ ଯୋଗ ଦେଇଥିଲେ ନବୀନ.

LEAVE A REPLY

Please enter your comment!
Please enter your name here