ଶେଷରେ ପାକିସ୍ତାନ ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତ୍ତମାନଙ୍କୁ ମୁକ୍ତ କରିଛି. ରାତି 9ଟା 21 ମିନିଟରେ ଅଭିନନ୍ଦନଙ୍କୁ ପାକ ସେନା ଓାଘା ବର୍ଡରରେ ମୁକ୍ତ କରିବା ସହ ଭାରତୀୟ ସେନାକୁ ହସ୍ତାନ୍ତର କରିଥିଲେ. ବ୍ଲୁ ବ୍ଲେଜର ପିନ୍ଧିଥିବା ଅଭିନନ୍ଦନଙ୍କୁ ସ୍ବାଗତ କରିବା ପାଇଁ ଓାଘା ସୀମାନ୍ତରେ ଲୋକଙ୍କ ପ୍ରବଳ ଭିଡ ଲାଗି ରହିଥିଲା. ତେବେ ଅଭିନନ୍ଦନ ମୁକ୍ତ ହେବା ମାତ୍ରେ ଭାରତୀୟ ସେନା ତାଙ୍କୁ ଚିକିତ୍ସା ପାଇଁ ନେଇଯାଇଛନ୍ତି. ଗତ ବୁଧବାର ଦିନ କାଶ୍ମୀର ସୀମାନ୍ତରେ ପାକିସ୍ତାନୀ ବାୟୁସେନା ବିମାନକୁ କାଉଣ୍ଟର କରିବାକୁ ଯାଇ ଅଭିନନ୍ଦନ ପାକିସ୍ତାନ ସୀମା ମଧ୍ୟକୁ ଚାଲି ଯାଇଥିଲେ. ତାଙ୍କ ମିଗ୍ ଜେଟ୍ କ୍ରାସ ହୋଇଯିବା ପରେ ସେ ପାରାଚୁଟରେ ଓହ୍ଲାଇଥିଲେ ହେଁ ପାକିସ୍ତାନ ସୀମା ମଧ୍ୟରେ ପଡିଥିଲେ. ପରେ ତାଙ୍କୁ ପାକ ସେନା ଧରି ନେବା ସହ ନିର୍ଯାତନା ଦେଇଥିବା ଭିଡିଓ ଭାଇରାଲ ହୋଇଥିଲା. ଅନ୍ତର୍ଜାତୀୟ ଚାପ ଓ ଜେନେଭା ଚୁକ୍ତି ଅନୁଯାୟୀ ପାକିସ୍ତାନ ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲା.

LEAVE A REPLY

Please enter your comment!
Please enter your name here