ରାୟଗଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ମହିଳା ସଶକ୍ତିକରଣ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମହିଳାଙ୍କ ବିକାଶକୁ ତାଙ୍କ ସରକାର ପ୍ରାଧାନ୍ୟ ଦେଉଛି ବୋଲି କହିଛନ୍ତି.  ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ୫୩୨ କୋଟି ୫୮ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳରେ ୪୮ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ୨୦୪ କୋଟି ୮୪ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ. ଖଳିଗୁଡାସ୍ଥିତ ଜିଷ୍ଟ କଲେଜ ସମ୍ମୁଖରେ ଆୟୋଜିତ ସମାବେଶରେ ଯୋଗଦେଇ ୧୫୦୦ ନିର୍ମାଣ ଶ୍ରମିକଙ୍କୁ ସାଇକେଲ,  ୧୧୮୯ ଜଣକୁ ମଧୁବାବୁ ପେନସନ,୧୨୯୭ ଜଣଙ୍କୁ ଜଙ୍ଗଲଜମି ଅଧିକାର ପଟାପ୍ରଦାନ କରିଥିଲେ .ଏହି ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟସଭା ସାଂସଦ ଏନ.ଭାଷ୍କର ରାଓ ,ଲୋକସଭା ସାଂସଦ ଝିନ୍ନ ହିକକା, ରାୟଗଡା ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ ଲାଲବିହାରୀ ହିମିରିକା ,ରାୟଗଡା ପର୍ଯ୍ୟବେକ୍ଷକ ସଂଜୟଦାସ ବର୍ମା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ଯୋଗଦେଇଥିଲେ.

LEAVE A REPLY

Please enter your comment!
Please enter your name here