ପ୍ରଥମେ ସାହିତ୍ୟ, ପରେ ଇଂରାଜୀ ଆଉ ଏବେ ଭାଇରାଲ ହେଉଛି ତୃତୀୟ ଭାଷା ହିନ୍ଦୀ ପ୍ରଶ୍ନପତ୍ର . ମାଟ୍ରିକ ପରୀକ୍ଷା ଆରମ୍ଭରୁ ଥମୁନି ପ୍ରଶ୍ନପତ୍ର ଭାଇରାଲ. ଏହାକୁ ନେଇ ବିଭିନ୍ନ ଜିଲ୍ଲାରୁ ଅଭିଯୋଗ ଆସୁଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ସଫେଇ ଦେଇ କହୁଛନ୍ତି ଏଭଳି କିଛି ହେଉନାହିଁ. ଦୁଇ ଦୁଇ ଥର ପ୍ରଶ୍ନପତ୍ର ଲିକ ପରେ ଏବେ ହିନ୍ଦୀ ପ୍ରଶ୍ନପତ୍ର ମଧ୍ୟ ଲିକ ହୋଇଥିବା ଅଭିଯୋଗ ହୋଇଛି. ବଲାଙ୍ଗିର ଜିଲ୍ଲା ସଇଁତଳାରେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି ହିନ୍ଦୀ ପ୍ରଶ୍ନପତ୍ର . ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ଏଭଳି ହୋଇଥିବା ସାମ୍ନାକୁ ଆସିଛି. ଗତକାଲି ଏ ନେଇ ତିନୋଟି ଜିଲ୍ଲାରେ ଇଂରାଜୀ ପରୀକ୍ଷା ବାତିଲ କରିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ. ଏହାଛଡା ପୂର୍ବରୁ 11 ଜଣ ଗିରଫ ମଧ୍ୟ ହୋଇସାରିଛନ୍ତି. ତଥାପି ପ୍ରଶ୍ନପତ୍ର ଲିକ ଥମିବାର ନା ନେଉନାହିଁ.

LEAVE A REPLY

Please enter your comment!
Please enter your name here