ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ ସଚିବାଳୟରେ ବସିବ କ୍ୟାବିନେଟ ବୈଠକ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ. ଏ ନେଇ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇନଥିଲେ ସୁଦ୍ଧା ସମୟ ପୂର୍ବରୁ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ. ସନ୍ଧ୍ୟା 5.45 ମିନିଟରେ ଏହି ବୈଠକ ବସିବାକୁ ଥିବା ବେଳେ ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି. ଆଲୋଚନା ପରେ 10 ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଆଶା କରାଯାଉଛି. ବିଭିନ୍ନ ବିଭାଗର କ୍ୟାଡର ପୁନର୍ଗଠନ ଓ ଭିତ୍ତିଭୂମି ପ୍ରକଳ୍ପକୁ ଅନୁମୋଦନ ମିଳିପାରେ ବୋଲି କୁହାଯାଉଛି.

LEAVE A REPLY

Please enter your comment!
Please enter your name here