ଫିଲ୍ମ ଫ୍ରାଇଡେରେ ବଡ ପରଦାରେ ମୁକ୍ତିଲାଭ କରିଛି ଫିଲ୍ମ ‘ଟୋଟାଲ ଧମାଲ’. ‘ଧମାଲ’ ସିରିଜର ଏହା ହେଉଛି ଆଉ ଏକ ଫିଲ୍ମ. ଏହି ଫିଲ୍ମରେ 90 ଦଶକର ସୁପରହିଟ ଯୋଡି କୁହାଯାଉଥିବା ମାଧୁରୀ ଦୀକ୍ଷିତ ଓ ଅନିଲ କପୁରଙ୍କ ଜବରଦସ୍ତ ଆକ୍ଟିଂ  ଦେଖିବାକୁ ମିଳିଛି. ଅନ୍ୟମାନଙ୍କ ମଧ୍ୟରେ ଅଜୟ ଦେବଗନ, ରିତେଶ ଦେଶମୁଖ, ଈଶା ଗୁପ୍ତା, ଅର୍ଶାଦ ୱାର୍ସି ଓ ଜାୱେଦ ଜାଫ୍ରିଙ୍କୁ ମଧ୍ୟ ଦର୍ଶକେ ଦେଖିବାକୁ ପାଇବେ.  ଇନ୍ଦ୍ର କୁମାର ଏହାର ପ୍ରଯୋଜନା ଦାୟିତ୍ୱ ତୁଲାଇଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି. ଏହାର ଟ୍ରେଲରକୁ ସିନେପ୍ରେମୀ ବେଶ ପସନ୍ଦ କରିଥିବା ବେଳେ ବକ୍ସ ଅଫିସରେ ଫିଲ୍ମଟି କମାଲ କରିବ ବୋଲି ଆଶା କରାଯାଉଛି.

LEAVE A REPLY

Please enter your comment!
Please enter your name here