ଜଣାଶୁଣା ଡିଜେ ଆଜେକ୍ସଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା । ଡିଜେ ଆଜେକ୍ସଙ୍କ ବାନ୍ଧବୀଙ୍କୁ ପୋଲିସର ଜେରା । ଆତ୍ମହତ୍ୟା ପାଇଁ ଉସକେଇବା ଅଭିଯୋଗକୁ ନେଇ ପୋଲିସର ୩ ଘଣ୍ଟାର ଜେରା । ଆଜେକ୍ସଙ୍କର କିଛି ଭିଡିଓ ଏବଂ ଫଟୋକୁ ଭାଇରାଲ ପାଇଁ କାହିଁକି ଧମକ ଦେଉଥିଲେ ବାନ୍ଧବୀ । କାହିଁକି ଆଜେକ୍ସଙ୍କ ସହ ପ୍ରେମର ପଡିଲା ଭଟ୍ଟା । ତ୍ରିକୋଣୀୟ ପ୍ରେମ ପଛରେ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁ କରୁଥିଲେ କି ବ୍ଲାକମେଲିଂ । ଆଜେକ୍ସଙ୍କ ମୃତ୍ୟୁ ଉପରୁ ସସପେନ୍ସ ହଟାଇବା ଲାଗି ଏମିତି ଅନେକ ପ୍ରଶ୍ନ କରିଛି ପୋଲିସ । ଆଜି ଭୁବନେଶ୍ୱର ଉପକଣ୍ଠ ଜାଆାଁଳା ସ୍ଥିତ ଘରେ ଯାଇ ପୋଲିସ ପଚରାଉଚରା କରିଛି । ଜେରା ପରେ ଆଜେକ୍ସଙ୍କ ବାନ୍ଧବୀ କିମ୍ବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରୀୟା ମିଳିନି । ଏପଟେ ଆଜି ଖାରବେଳନଗର ଥାନାକୁ ଯାଇ ଏଫଆଇଆର କପି ଆଣିବା ସହ ଆଜେକ୍ସଙ୍କ ବାନ୍ଧବୀ ଓ ପୁରୁଷ ବନ୍ଧୁଙ୍କ ନାଁରେ ଅଭିଯୋଗ ଦୋହରାଇଛନ୍ତି ପରିବାର ଲୋକଙ୍କ ସହ ଆଜେକ୍ସଙ୍କ ସାଙ୍ଗ ସାଥୀ ।

LEAVE A REPLY

Please enter your comment!
Please enter your name here