ତେଲେଙ୍ଗାନା ପୋଲିସକୁ ମିଳିଛି ବଡ଼ ସଫଳତା । କୁଖ୍ୟାତ ମାଓ ନେତା ମଲ୍ଲା ରାଜି ରେଡ୍ଡି ଓ ଦେବଜୀ ଓରଫ ତ୍ରିପାରୀ ତିରୁପତି ସହିତ ୫୦ ଜଣ ମାଓବାଦୀ ଆଜି ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମଲ୍ଲା ରାଜି ରେଡ୍ଡି ହେଉଛି ଜଣେ ରଣନୀତିଜ୍ଞ କ୍ୟାଡର ନେତା ଏବଂ ଅନେକ ବଡ଼ ଅପରେସନର ମାଷ୍ଟରମାଇଣ୍ଡ । ରାଜି ରେଡ୍ଡୀ ଏକାଧିକ ନାମରେ ଜଣାଶୁଣା ଥିଲା ଓ ସେ ବହୁତ ଅପରେସନରେ ମଧ୍ୟ ଜଡିତ ଥିଲା । ଦେବଜୀ ସିପିଆଇ ମାଓ ସଂଗଠନର ସାଧାରଣ ସମ୍ପାଦକ ଥିଲା । ୧୯୭୫ ମସିହାରେ ସେ ମାଓ ସଂଗଠନରେ ଯୋଗ ଦେଇଥିଲା ଓ ତାର ପ୍ରଥମ ସ୍ତ୍ରୀ ମଧ୍ୟ ଜଣେ ମାଓ ସଦସ୍ୟା ଥିଲା । ୧୯୯୮ ମସିହାରେ ସେ ଏନକାଉଣ୍ଟରରେ ନିହତ ହୋଇଥିଲା । ଏହି ଦୁଇ ମାଓ ନେତାଙ୍କ ଆତ୍ମସମର୍ପଣ ପରେ, ମାଓ ସଂଗଠନକୁ ଏକ ଶକ୍ତ ଝଟକା ଲାଗିଛି। ଏ ନେଇ ତେଲେଙ୍ଗାନା ପୋଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।














