ଡ୍ୟୁଟି କରୁଥିବା ସମୟରେ ମୃତ୍ୟୁ ହେଲେ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ 10 ଲକ୍ଷ ଟଙ୍କା । ପୂର୍ବରୁ ଏହି ଅନୁକମ୍ପାମୂଳକ ସହାୟତା ରାଶି ପରିମାଣ 4 ଲକ୍ଷ ଟଙ୍କା ଥିଲା । ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଅନୁକମ୍ପାମୂଳକ ରାଶି ପରିମାଣ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେହିପରି ଡ୍ୟୁଟି କରୁଥିବା ସମୟରେ କୌଣସି ଆଘାତ ଯୋଗୁ ଶାରିରୀକ ଅକ୍ଷମ ହେଲେ ଅନୁକ୍ମାମୂଳକ ସହାୟତା ରାଶି 5 ଲକ୍ଷ ଟଙ୍କା ମିଳିବ । ପୂର୍ବରୁ ଏହା 2 ଲକ୍ଷ ଟଙ୍କା ଥିଲା । ଆଂଶିକ ଆହତ ହେଲେ 1 ଲକ୍ଷ ଟଙ୍କା ମିଳିବ । ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କରାଯାଇଥିବା ସଂପର୍କରେ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here