ଆସନ୍ତାକାଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶାରେ ବନ୍ଦ ପାଳନ କରାଯିବ । ଚାଷୀ ସମସ୍ୟା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ପରିବହନ ବିଭାଗର ମନାମନିକୁ ନେଇ, ନବ ନିର୍ମାଣ କୃଷକ ସଂଗଠନର ଏହି ବନ୍ଦ ଡାକରା ଦେଇଛି ଏହାକୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି । ଆସନ୍ତାକାଲି ରାଜ୍ୟରେ ସକାଳ ଛଅଟାରୁ ବନ୍ଦ ପାଳନ କରାଯିବ । ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । କେବଳ ଜରୁରୀକାଳିନ ସେବା ହିଁ ଜାରି ରହିବ । ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ବନ୍ଦ ପାଳନକୁ ସମର୍ଥନ ଜଣାଇବାକୁ ସବୁ ଜିଲ୍ଲାର କଂଗ୍ରେସ କମିଟିକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ଫାଇନ ଆଦାୟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଧାନକିଣାରେ ଅବ୍ୟବସ୍ଥା, ବିଦ୍ୟୁତ ବିଲରେ ଟାଟା ପାୱାର ଟାରିଫ ଆଦାୟ ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତିକୁ ବିରୋଧ କରି ଏହି ବନ୍ଦ ପାଳନ କରାଯିବ ।ବନ୍ଦକୁ ଦୃଷ୍ଟିରେ ରଖି ସରକାର କିମ୍ୱା ପ୍ରଶାସନ ପକ୍ଷରୁ କୌଣସି ସରକାରୀ ନିର୍ଦ୍ଦେଶ ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ। ଜିଲ୍ଲା ତଥା ରାଜ୍ୟର କୌଣସି ଜିଲ୍ଲାରେ ସ୍କୁଲ, କଲେଜ କିମ୍ବା ଅନ୍ୟାନ୍ୟ ପ୍ରତିଷ୍ଠାନ ବନ୍ଦ କରିବାର କୌଣସି ଘୋଷଣା କରାଯାଇ ନାହିଁ।

LEAVE A REPLY

Please enter your comment!
Please enter your name here