ରାଜଧାନୀ ଭୁବନେଶ୍ୱରରେ ଏବେ ସୁରକ୍ଷିତ ନୁହେଁ ମର୍ଣ୍ଣିଂ ୱାକ୍ । ମର୍ଣ୍ଣିଂ ୱାକ୍ କଲାବେଳେ ବଭିନ୍ନ ବର୍ଗର ଲୋକେ ଆକ୍ରମଣ ଓ ଲୁଟର ଶିକାର ହେଉଛନ୍ତି । ଆଜି ମଧ୍ୟ ଭୁବନେଶ୍ୱର ୟୁନିଟ୍‌-୮ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ
ମର୍ଣ୍ଣିଂ ୱାକ୍ କରୁଥିବାବେଳେ ଦୁଇଜଣ ଦୁବୃର୍ତ୍ତ ତାଙ୍କ ମୋବାଇଲ ଛଡାଇବାକୁ ଉଦ୍ୟମ କରିଥିଲେ । ଏନେଇ ସାମ୍ବାଦିକ ଜଣଙ୍କ ପ୍ରତିବାଦ କରିବାରୁ ଦୁବୃର୍ତ୍ତ ମାନେ ରଡରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଲୁଟେରାମାନେ ତାଙ୍କ ମୋବାଇଲ ଧରି ଚମ୍ପଟ ମାରିଥିଲେ । ପାଖରେ ଲୋକମାନେ ଥିଲେ ବି କେହି ସାହାର୍ଯ୍ୟ ପାଇଁ ଆସିନଥିବା ସାମ୍ବାଦିକ ଜଣଙ୍କ ଅଭିଯୋଗ କରିଛନ୍ତି । ଗୁରୁତ୍ତର ଆହତ ସାମ୍ବାଦିକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here