ଭୁବନେଶ୍ୱର ମନୀଷ ମୃତ୍ୟୁ ମାମଲା । ସାମ୍ନାକୁ ଆସିଲା ପୋଷ୍ଟମର୍ଟମର ପ୍ରାଥମିକ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ପୋଲିସ ତଦନ୍ତ ଚାଲିଥିବାବେଳେ ସେ ବ୍ୟବହାର କରିଥିବା କାରର ସନ୍ଧାନ ମିଳିଛି । ପୋଲିସ କାରକୁ ଜବତ କରି ତଦନ୍ତ ଚଳାଇଛି । ଯେଉଁଦିନ ମନୀଷଙ୍କ ମୃତ୍ୟୁ ହୋଇଥିଲା ସେଦିନ ମନୀଷ ଓ ଅନ୍ୟ ଦୁଇଜଣ ଏହି କାରରେ ପଟିଆ ଗ୍ୟାଲାକ୍ସି ପାର୍କିଂ ନିକଟରୁ ପାତ୍ରପଡା ସ୍ଥିତ ସାଉଥ ସିଟି ବାରକୁ ଯାଇଥିଲେ । ମନୀଷଙ୍କ ସହ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ପରିଚୟ ପାଇଛି ପୋଲିସ । ତେବେ ଅନ୍ୟ ଜଣଙ୍କ କିଏ ଏଯାଏଁ ସ୍ପଷ୍ଟ ହୋଇନି । ତେବେ ଏହି କାର କାହାର । କେଉଁ ପରିସ୍ଥିତିରେ ମନୀଷ ଏହି କାରରେ ଯାଇଥିଲେ । ଏସବୁ ଘଟଣାର ତଦନ୍ତ କରୁଛି ପୋଲିସ

LEAVE A REPLY

Please enter your comment!
Please enter your name here