ଲୋକସଭା ନିର୍ବାଚନ ପୂର୍ବରୁ ବିଶିଷ୍ଟ ନେତାମାନଙ୍କୁ ନେଇ ବାୟୋପିକ ସିନେମା ନିର୍ମାଣ ଜାରି ରହିଛି. ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପରେ ନରେନ୍ଦ୍ର ମୋଦି ଆଉ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବାୟୋପିକ ନିର୍ମାଣ ହୋଇଛି. ଯାହାର ନାଁ ରହିଛି ‘ମାଇଁ ନେମ୍ ଇଜ୍ ରାଗା’. ଶନିବାର ଏହାର ଟିଜର ରିଲିଜ ହୋଇଛି. 4 ମିନିଟର ଏହି ଟିଜରରେ ରାହୁଲ ଗାନ୍ଧୀଙ୍କ ଦାଦୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାଠୁ ଆରମ୍ଭ କରି ରାହୁଲଙ୍କ କଂଗ୍ରେସ ସୁପ୍ରିମୋ ବନିବାର ସମସ୍ତ ତଥ୍ୟକୁ ଚିତ୍ରିତ କରାଯାଇଛି. ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୂପେଶ ପାଲ. ଟିଜରରେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ମନମୋହନଙ୍କ ଚରିତ୍ରକୁ ଦର୍ଶାଯାଇଛି.

 

 

 

LEAVE A REPLY

Please enter your comment!
Please enter your name here