ଅଭିନେତା ଅନୁପମ୍ ଖେରଙ୍କ ଫିଲ୍ମ ‘ଦ ଆକ୍ସିଜେଣ୍ଟଟାଲ ପ୍ରାଇମ ମିନିଷ୍ଟର’କୁ ନେଇ ପୁଣି ଦେଖାଦେଇଛି ବିବାଦ. ବିବାଦଘେରକୁ ଟାଣି ହୋଇଥିବା ଏହି ଫିଲ୍ମ ବିରୁଦ୍ଧରେ ମୁଜାଫରପୁର କୋର୍ଟରେ ମାମଲା ଦାଏର କରିଛନ୍ତି ସୁଧିର ଓଝା ନାମକ ଜଣେ ବ୍ୟକ୍ତି. ଏହି ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଅପମାନିତ କରାଯାଇଥିବା ସେ ଆରୋପ ଲଗାଇଛନ୍ତି. ତେବେ ଏହି ମାମଲାରେ ସୁଧିର, ଅଭିନେତା ଅନୁପମ ଖେର୍, ଅକ୍ଷୟ ଖାନ୍ନା, ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ସମେତ ଅନ୍ୟ 14 ଜଣଙ୍କ ନାମରେ କେସ୍ ଫାଇଲ କରିଛନ୍ତି. 11 ଜାନୁୟାରୀରେ ଫିଲ୍ମଟି ରିଲିଜ୍ ହେବାକୁ ଥିବାବେଳେ ଏହାର ଶୁଣାଣି ଜାନୁୟାରୀ 8 ତାରିଖରେ କରାଯିବ. ଏହି ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ସମେତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ସୁଷମା ସ୍ୱରାଜ, ଅଳ ବିହାରୀ ବାଜପେୟୀ, ଲାଲୁପ୍ରସାଦ ଯାଦବ ଓ ମାୟାବତୀଙ୍କୁ ମଧ୍ୟ ଅପମାନିତ କରାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି.

 

 

 

 

LEAVE A REPLY

Please enter your comment!
Please enter your name here