ଭିଜିଲାନ୍ସ ଜାଲରେ ପଡ଼ିଲେ କେନ୍ଦ୍ରାପଡା ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡିଶା ଭିଜିଲାନ୍ସ ଦ୍ୱାରା ଚଢଉ କରାଯାଇଛି। ପୂର୍ବରୁ ପ୍ରମୋଦ ରାୟ କେନ୍ଦ୍ରାପଡା ଇନ୍ଦୁପୁର ସ୍ଥିତ ଜଳସମ୍ପଦ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏବେ ଛତାଛକ ସ୍ଥିତ କାର୍ଯ୍ୟାଳୟ ରେ SDO ଭାବେ କାର୍ଯ୍ୟ କରୁଛନ୍ତି। ଆଜି ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସର ଏକ ୫ ଜଣିଆ ଟିମ୍ ଚଢାଉ କରିଛନ୍ତି। ପ୍ରମୋଦ ରାୟଙ୍କ ଅଫିସ ଓ ପୈତୃକ ଘର ସମେତ ଏକକାଳୀନ ୭ ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ। ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ଅଫିସ କାଗଜପତ୍ର ଜବତ ହୋଇଛି । ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ବାଲିଅନ୍ତାରେ ଚାରି ମହଲା କୋଠା, କଟକର ଚୌଦ୍ୱାରରେ ଦୁଇ ମହଲା କୋଠା, କଟକ ଜିଲ୍ଲା ବାଙ୍କିରେ ପୈତୃକ ଘର, ଭଦ୍ରକର ବୁଡଙ୍ଗାରେ ସମ୍ପର୍କୀୟଙ୍କ ଘର, ଡେରାବିଶ ଜଳସେଚନ କାର୍ଯ୍ୟାଳୟ, କେନ୍ଦ୍ରାପଡାରେ ଅବସ୍ଥିତ ତାଙ୍କ କାର୍ଯ୍ୟାଳୟ ଚାମ୍ବର ଏବଂ ଅସ୍ଥାୟୀ ବାସସ୍ଥାନ, ଢେଙ୍କାନାଳ ଜିଲ୍ଲା, ସାନସାଥୀବାଟିଆରେ ତାଙ୍କ ସମ୍ପର୍କୀୟଙ୍କ ଘର ଏବଂ ଭୁବନେଶ୍ୱରର ପଟିଆରେ ସମ୍ପର୍କୀୟଙ୍କ ଘରେ ରେଡ୍ କରିଛନ୍ତି। ତାଙ୍କ ଚାକିରି ସମୟରେ ତାଙ୍କର ବୈଧ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଥିବାରୁ ତଦନ୍ତ କରାଯାଉଛି। ଭିଜିଲାନ୍ସ ଚଢ଼ଉ ଜାରି ରଖିଛି ଏବଂ ଅଧିକ ବିବରଣୀ ଅଭିଯାନ ଶେଷ ହେବା ପରେ ପ୍ରକାଶ କରାଯିବ।














