ଇଣ୍ଡିଗୋ ଏୟାରଲାଇନ୍ସର ଚାଲିଥିବା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆଇନ ଏବଂ ଆଇନ ପ୍ରଣୟନର ଉଦ୍ଦେଶ୍ୟ କେବଳ ବ୍ୟବସ୍ଥାକୁ ଉନ୍ନତ କରିବା ହେବା ଉଚିତ, ସାଧାରଣ ଭାରତୀୟ ନାଗରିକଙ୍କୁ ହଇରାଣ କରିବା ନୁହେଁ । ସଂସଦରେ ପିଏମ ମୋଦୀ କହିଛନ୍ତି, ଆଇନ କାନୁନ ଭଲ ମାତ୍ର ସିଷ୍ଟମକୁ ଠିକ୍ କରିବା ପାଇଁ ଜନତାଙ୍କୁ ହଇରାଣ କରିବା ଉଚିତ୍ ନୁହେଁ । ଏମିତି କୌଣସି ଆଇନ ରହିବା ଉଚିତ୍ ନୁହେଁ ଯାହା ସାଧାରଣ ଜନତାଙ୍କୁ ହଇରାଣରେ ପକାଇବ ମଙ୍ଗଳବାର ମଧ୍ୟ ଶତାଧିକ ଉଡାଣ ରଦ୍ଦ କରାଯାଇଛି.କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଏହାର ସୂଚନା ଦେଇ କହିଛନ୍ତି ଯେ, ପିଏମ ମୋଦି ଜୀବନ ସୁଧାର ପାଇଁ ପୁନର୍ଗଠନ ଉପରେ ଜୋର ଦେଇଛନ୍ତି । କେବଳ ଆର୍ଥିକ ସୁଧାର ନୁହେଁ ବରଂ ଦେଶର ସାଧାରଣ ଜନତାଙ୍କ ଜୀବନକୁ ସହଜ କରିବା ପାଇଁ ସୁଧାର ଜରୁରୀ । ଆମେ ଗାଇଡଲାଇନ ଦେଇଛୁ ଯଦ୍ୱାରା ଦେଶବାସୀଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସମସ୍ୟା ରହିବା ଉଚିତ୍ ନୁହେଁ ।ବିମାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହେବା ଏବଂ ଲକ୍ଷ ଲକ୍ଷ ଯାତ୍ରୀ ହଇରାଣ ହେବା ପ୍ରସଙ୍ଗରେ ସରକାର ଇଣ୍ଡିଗୋ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି କରିଛନ୍ତି । ସଂସଦରେ ପିଏମ ମୋଦୀ କହିଛନ୍ତି, ଆଇନ କାନୁନ ଭଲ ମାତ୍ର ସିଷ୍ଟମକୁ ଠିକ୍ କରିବା ପାଇଁ ଜନତାଙ୍କୁ ହଇରାଣ କରିବା ଉଚିତ୍ ନୁହେଁ । ଏମିତି କୌଣସି ଆଇନ ରହିବା ଉଚିତ୍ ନୁହେଁ ଯାହା ସାଧାରଣ ଜନତାଙ୍କୁ ହଇରାଣରେ ପକାଇବ ।କେନ୍ଦ୍ର ସରକାର କୋର୍ଟରେ କହିଛନ୍ତି ଯେ, ଏମିତି ସ୍ଥିତି ପାଇଁ କମ୍ପାନିକୁ ଦାୟୀ କରାଯାଉଛି । କୌଣସି ବି କମ୍ପାନିକୁ ଯାତ୍ରୀଙ୍କୁ ହଇରାଣ କରିବା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ।














