ବିଜେଡି ସାଂସଦଙ୍କ ନାଁରେ ଥାନାରେ ଅଭିଯୋଗ । ଆଉ ଅଭିଯୋଗ ଆଣିଛନ୍ତି ଖୋଦ୍ ସାଂସଦଙ୍କ ବୋହୂ । ଆମେ କହୁଛୁ ବିଜେଡି ସାଂସଦ ଭତ୍ତୃହରି ମହତାବଙ୍କ କଥା । ଯୌତୁନ ନିର୍ଯାତନା ଅଭିଯୋଗ କରି ଭୋପାଳ ଥାନାରେ ବୋହୂ ସାକ୍ଷୀ, ଭର୍ତ୍ତୃହରି, ତାଙ୍କ ପୁଅ ଏବଂ ପତ୍ନୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଚର୍ଚ୍ଚା ଜୋର ଧରିଛି ।
ବୋହୂଙ୍କ ଅଭିଯୋଗ ଅନୁସାରେ, ୨୦୧୬ରେ ଭର୍ତ୍ତୃହରିଙ୍କ ପୁଅକୁ ବିବାହ ସମୟରେ ଦେଢକୋଟି ଟଙ୍କା ଯୌତୁକ ଦେଇଥିଲେ । ହେଲେ ପରେ ଅଧିକ ଯୌତୁକ ଆଣିବାକୁ ଶାଶୂଘର ଲୋକେ ନିର୍ଯାତନା ଦେଉଥିଲେ । ଏମିତି କି କଟକ ସ୍ଥିତ ଘରୁ ବାହାର କରିଦେଇଥିଲେ । ୨୦୧୮ ମସିହାରେ ବୋହୂ ଏନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ବୋହୂ ସାକ୍ଷୀଙ୍କୁ ଭର୍ତ୍ତୃହରି ତାଙ୍କ ନୂଆଦିଲ୍ଲୀ ସ୍ଥିତ ଘରେ ରହିବାକୁ କୋର୍ଟ କହିଥିଲେ । ହେଲେ ତା ସତ୍ତ୍ୱେ ସାକ୍ଷୀଙ୍କୁ ଶାଶୂଘର ଲୋକେ ଗ୍ରହଣ କରିନଥିଲେ । କି ଘରେ ରଖିନଥିବା ଥାନାରେ ଅଭିଯୋଗ କରିଛନ୍ତି ବୋହୂ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଓ ଖୁବ୍‌ଶୀଘ୍ର ମହତାବ ଘରକୁ ନୋଟିସ ପଠାଇବ ବୋଲି କହିଛି ।

LEAVE A REPLY

Please enter your comment!
Please enter your name here