ଇରାନରେ କୋର୍ଟ ଉପରକୁ ଗ୍ରେନେଡ୍ ମାଡ଼। ଏହା ଏକ ବଡ ଧରଣର ଆତଙ୍କୀ ଆକ୍ରମଣ । ଇରାନର ଦକ୍ଷିଣ ପୂର୍ବରେ ଥିବା ଏକ କୋର୍ଟ ଉପରେ ହୋଇଥିବା ଆକ୍ରମଣରେ ଏବେ ସୁଦ୍ଧା ୮ଜଣଙ୍କ ଜୀବନ ଯିବା ସହ ୩୦ରୁ ଅଧିକ ଗୁରୁତର ଭାବେ ଆହାତ ହୋଇଥିବା ସୂଚନା ମିଳିଛି । ଜାହେଦାନରେ ଥିବା କୋର୍ଟ ଉପରେ ଅଜ୍ଞାତ ବନ୍ଧୁକଧାରୀମାନେ ଆକ୍ରମଣ କରିଥିଲେ । ଏହି ସମୟରେ, ଆତଙ୍କବାଦୀମାନେ କୋର୍ଟ ଉପରେ ଏକ ଗ୍ରେନେଡ୍ ଫିଙ୍ଗିଥିଲେ । ସଶସ୍ତ୍ର ଆକ୍ରମଣକାରୀ ସାଧାରଣ ଲୋକଙ୍କ ବେଶରେ ଆସିଥିଲେ । ଇରାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଜୈଶ ଅଲ-ଆଦଲ ନାମକ ଏକ ବାଲୁଚି ଜିହାଦୀ ଗୋଷ୍ଠୀ ।

LEAVE A REPLY

Please enter your comment!
Please enter your name here