ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ମୁହଁ ଖୋଲିବା ସରପଞ୍ଚଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା । ନୟାଗଡ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ସୌମ୍ୟରଂଜନଙ୍କୁ ପଦ ହରାଇବାକୁ ପଡିଛି । ସୌମ୍ୟଙ୍କ ବିରୋଧରେ ସମସ୍ତ 15 ଜଣ ସଦସ୍ୟ ଭୋଟ ଦେଇଥିଲେ । ଗତ 26 ତାରିଖରେ ଏକତୃତୀୟାଂଶ ଓ୍ବାର୍ଡମେମ୍ବର ସରପଞ୍ଚଙ୍କ ବିରୋଧରେ ଅନାନ୍ତା ପ୍ରସ୍ତାବ ଆଣିଥିଲେ । ସୌମ୍ୟରଂଜନ ମନୋମୁଖୀ କାର୍ଯ୍ୟ କରୁଥିବା ଏବଂ ବିଲ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିଲା । ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାରେ ସରପଞ୍ଚଙ୍କ କାର୍ଯ୍ୟ ମନ୍ତ୍ରୀ ଅରୁଣ ସାହୁଙ୍କୁ ଅଡୁଆରେ ପକାଇଥିଲା ।

LEAVE A REPLY

Please enter your comment!
Please enter your name here