ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ବିରୋଧରେ କୋର୍ଟ ଆଜି ୱାରେଣ୍ଟ ଜାରି କରିଛନ୍ତି । ଅଦାଲତ ଅବମାନନା ପାଇଁ ଏହି ୱାରେଣ୍ଟ ଜାରି କରାଯାଇଛି। ୨୨ ତାରିଖରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ କରିଛନ୍ତି । ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନ କରି ଅଡୁଆରେ ପଡିଛନ୍ତି IAS ଅରବିନ୍ଦ ଅଗ୍ରୱାଲ। କୁଜଙ୍ଗ କଲେଜର ଜଣେ ଅବସରପ୍ରାପ୍ତ ରିଡର ତପନ ପଟ୍ଟନାୟକଙ୍କ ମାମଲାରେ ୱାରେଣ୍ଟ ଜାରି କରିଛନ୍ତି ହାଇକୋର୍ଟ। ଆସନ୍ତା ୨୨ ତାରିଖରେ ହାଜର କରାଇବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ୨୨ ମଧ୍ୟରେ ସେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କଲେ, ଗିରଫଦାରୀରୁ ମୁକ୍ତି ମିଳିବ ନଚେତ୍ ତାଙ୍କୁ ଗିରଫ କରାଯିବ ।

LEAVE A REPLY

Please enter your comment!
Please enter your name here