କରୋନା ବିରୋଧରେ ଯୁଦ୍ଧ ପାଇଁ ଦେଶବାସୀ ଏକ ହୋଇଯାଇଛନ୍ତି । ଭାରତରେ ଦ୍ୱିତୀୟ ପର୍ଯ୍ୟାୟରେ ଥିବା କରୋନା ସଂଙ୍କ୍ରମଣ ଯେପରି ତୃତୀୟ ପର୍ଯ୍ୟାୟକୁ ନଯାଏ ସେଥିପାଇଁ ସରକାର ସଜାଗ ରହିଛନ୍ତି । ୨୨ ତାରିଖରେ ଜନତା କଫ୍ରୁ୍ୟ ପରେ ଓଡିଶା ସମେତ ବିିଭିନ୍ନ ରାଜ୍ୟରେ ଲକ୍ ଡାଉନ୍ କାର୍ଯ୍ୟକାରୀ କରାଯାଇଛି । ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ରାଜଧାନୀ ଭୁବନେଶ୍ୱର ସମେତ ପ୍ରମୁଖ ସହର ଗୁଡିକରେ ପୋଲିସ ପକ୍ଷରୁ କଡା ଯାଞ୍ଚ କରାଯିବା ସହ ନାକାବନ୍ଦି କରାଯାଇଛି । ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ସ୍ଥିର ରହିଛି ।

LEAVE A REPLY

Please enter your comment!
Please enter your name here