ଆସନ୍ତାକାଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ବାୟୁବଳୀ ଉପଗ୍ରହକୁ ଉତକ୍ଷେପଣ କରିବ। ରବିବାର ସନ୍ଧ୍ୟା ୫ଟା ୨୬ ମିନିଟ୍ରେ ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଲଞ୍ଚ ଭେହିକଲ୍ ମାର୍କ–୩ (LVM-3)ର ଏମ-୫ ମିଶନ୍ ଉପଗ୍ରହକୁ ଉତକ୍ଷେପଣ କରାଯିବ।ଏଥିରେ ଭାରତର ସବୁଠାରୁ ଶକ୍ତିଶାଳୀ ସଂଚାର ଉପଗ୍ରହ ‘ସିଏମ୍ଏସ୍-୦୩’କୁ ମହାକାଶକୁ ପଠାଯିବ । ଯାହା ଆଗାମୀ ଦିନରେ ଭାରତୀୟ ନୌସେନା ଶକ୍ତି ଯୋଗାଇବ । ଅପରେସନ ସିନ୍ଦୂର ଭଳି ଯୁଦ୍ଧ ସମୟରେ ଏହା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ଭୂମିକା ବହନ କରିବ । ଏହି ଉପଗ୍ରହ ଭାରତୀୟ ଉପମହାଦୀପ ଏବଂ ଏହାର ଆଖପାଖ ଅଞ୍ଚଳରେ ଅବସ୍ଥିତ ମହାସାଗରୀୟ କ୍ଷେତ୍ରର ମଲ୍ଟି ବ୍ରାଣ୍ଡ ସଂଚାର ସେବା ପ୍ରଦାନ କରିବ । ଏଲଭିଏମ୍୩-ଏମ୍୫ ସମ୍ପୃର୍ଣ୍ଣ ପ୍ରସ୍ତୁତ ରହିଛି । ଅକ୍ଚୋବର ୨୬ରେ ଏହି ଉପଗ୍ରହକୁ ସଫଳତାର ସହିତ ଲଞ୍ଚପ୍ୟାଡ଼ରେ ସ୍ଥାପନ କରାଯାଇଥିଲା । ଏହି ସ୍ୱଦେଶୀ ଓଜନିଆ-ଲିଫ୍ଟ ଲଞ୍ଚରର ଉଚ୍ଚତା ୪୩.୫ ମିଟର, ଯାହା ଏକ ୧୫ ମହଲା କୋଠା ସହିତ ସମାନ। ଉତ୍ତୋଳନ ସମୟରେ ଏହାର ଓଜନ ୬୪୨ ଟନ୍। ଏଲଭିଏମ୍୩-ଏମ୍୫ ସମ୍ପୃର୍ଣ୍ଣ ପ୍ରସ୍ତୁତ ସରିଛି। ଭାରତୀୟ ନୌସେନା ପାଇଁ ଏଲଭିଏମ୍୩ ବହନ କରୁଥିବା ଉପଗ୍ରହକୁ କମ୍ୟୁନିକେସନ୍ ସାଟେଲାଇଟ୍ ମିଶନ୍-୩ ବା ‘ସିଏମ୍ଏସ୍-୦୩’ କୁହାଯାଏ । ଯାହାକୁ ସାମୁଦ୍ରିକ ପ୍ରତିରକ୍ଷା ଯୋଗାଯୋଗ ପାଇଁ ବ୍ୟବହାର କରାଯିବ । ଏହା ଆଗାମୀ ୭ ବର୍ଷ ଯାଏ କାମ କରିବ । ବିଶେଷ କରି ସାମୁଦ୍ରିକ ଅଞ୍ଚଳକୁ କଭର୍ କରିବ । ଏଥିରେ ଇଣ୍ଟରନେଟ୍, ଭିଡ଼ିଓ କନଫରେନ୍ସିଂ ଏବଂ ସୁରକ୍ଷିତ ଭାବେ ଡାଟା ଟ୍ରାନ୍ସଫର୍ କରିବା ଭଳି ସୁବିଧା ରହିଛି । ଏହା ଅନେକ ରେଡ଼ିଓ ତରଙ୍ଗ ଉପରେ କାମ କରିବ । ଏହାର ଓଜନ ୪,୪୦୦ କିଲୋଗ୍ରାମ । ଏହା ଭାରତରୁ ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର କକ୍ଷପଥକୁ (ଜିଟିଓ) ପ୍ରକ୍ଷେପଣ କରାଯାଇଥିବା ସବୁଠାରୁ ଭାରୀ ଯୋଗାଯୋଗ ଉପଗ୍ରହ ହେବ । ଜିଟିଓ ଏକ ଏପରି କକ୍ଷପଥ ଯେଉଁଠାରେ ଉପଗ୍ରହ ଗୁଡ଼ିକ ଅତି ସହଜରେ ଜିୟୋସ୍ଟେଶନାରୀ ଅର୍ବିଟରେ ପହଁଚିଥାଏ । ଏହା ପୃଥବୀ ଉପରେ ନିରନ୍ତର ଘୂରି ବୁଲୁଥାଏ ଏବଂ ସମ୍ପର୍କ ରଖିଥାଏ ।














