କରୋନାର ଦ୍ବିତୀୟ ଲହରକୁ କେମିତି ଅଟକାଇବାକୁ ହେବ, ସେଥିପାଇଁ ଠିକଣା ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା, ଛତିଶଗଡ, କେରଳ ଓ ଉତ୍ତର ପ୍ରଦେଶର ଉଦାହରଣ ଦେଇ ମୋଦି କହିଛନ୍ତି, 70 ପ୍ରତିଶତ ପରୀକ୍ଷା ଆରଟିପିସିଆର ହେବା ଉଚିତ । ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଉପରେ ଭରଷା ନ କରିବାକୁ ମୋଦି କହିଛନ୍ତି । ଯେତେ ଆରଟିପିସିଆର ଟେଷ୍ଟ ବଢାଇବ, ସେତିକି ଆମେ କରୋନାକୁ ରୋକିବାରେ ସଫଳ ହୋଇପାରିବା ବୋଲି ମୋଦି କହିଛନ୍ତି । କେତେକ ରାଜ୍ୟରେ କରୋନା ଟିକାର ଅପଚୟ ହେଉଥିବାରୁ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ଟିକା ଅପଚୟ ରୋକିବାକୁ ପରାମର୍ଶ ଦେଇଛନ୍ତି । ବିଗତ ଦିନରେ କରୋନା ମୁକାବିଲା କରିବାରେ ଆମେ ହାସଲ କରିଥିବା ଆତ୍ମବିଶ୍ବାସ, ଅତିମାତ୍ରାରେ ଆତ୍ମବିଶ୍ବାସରେ ପରିଣତ ନ ହେଉ ବୋଲି ସେ କହିଛନ୍ତି । ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ନ କରି କରୋନା ପାଇଁ ପଦକ୍ଷେପ ନେବାକୁ ମୋଦି ଆହ୍ବାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here