ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ପୋଲିସ ତା କାର୍ଯ୍ୟ କରୁଛି । ପୀଡ଼ିତାଙ୍କ ପରିବାରକୁ ଯାହା ସାହାଯ୍ୟ ସହଯୋଗ ଦରକାର ତାହା ଦିଆଯିବ । ପୋଲିସ ତ୍ୱରିତ ବେଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଅଛି । ଏହା ଉପରେ କାହା ମନରେ ସରକାରର ଦାୟିତ୍ୱ ନେଇ ପ୍ରଶ୍ନ ଉଠିବା କଥା ନୁହେଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁଠୁ ବି ଏଭଳି ଘଟଣା ପୋଲିସ ପ୍ରଶାସନ ପାଖକୁ ଆସୁଛି ତ୍ୱରିତ ବେଗରେ ଅଭିଯୁକ୍ତ ଗିରଫ ହେଉଛନ୍ତି। ଝିଅମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରକୁ ଏବେ ରୋକିବାର ସମୟ ଆସିଛି । ଏଭଳି ଘଟଣା ଯେମିତି ସମାଜରେ ନ ହେଉ ସେଥିପାଇଁ ସରକାରଙ୍କ ସହିତ ସମାଜର ମଧ୍ୟ ଦାୟିତ୍ୱ ରହିଛି । ଏବେକାର ସରକାରଙ୍କ ବଡ଼ ଦାୟିତ୍ୱ ହେଉଛି ବହୁତ୍ ଜଲଦି କାର୍ଯ୍ୟାନୁଷ୍ଠାନ ନେବା, ପୋଲିସ ଓ ଆଇନ ତା ବାଟରେ ଯିବ ଏବଂ ଯିଏ ଦୋଷୀ ତା ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here