ନବୀନ ପଟ୍ଟାନୟକ- ପିତା ବିଜୁ ପଟ୍ଟନାୟକ
ମା-ଗ୍ୟାନ ପଟ୍ଟନାୟକ
ଜନ୍ମ-୧୬ ଅକ୍ଟୋବର ୧୯୪୬
ଜନ୍ମସ୍ଥାନ-କଟକ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମଦିନ । ଓଡିଶାରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ଶ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ପ୍ରବୀଣ ରାଜନେତାଙ୍କ ମଧ୍ୟରୁ ଜଣେ । ୨୦୦୦ ମସିହାରୁ ନିରବଚ୍ଛିନ୍ନ ଭାବେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଛନ୍ତି । କ୍ରମାଗତ ଭାବେ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବାର ଗୌରଭ ଲାଭ କରିଛନ୍ତି । ଓଡିଶାର ଲୋକପ୍ରିୟ ଜନନେତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ରାଜନୀତିରେ ପ୍ରବେଶ କରିବା ପରେ ବିଜୁ ଲିଗାସୀକୁ ବେଶ୍ ଆଗକୁ ନେଇଛନ୍ତି ନବୀନ । ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ , ଆଦର୍ଶ ମୁଖ୍ୟମନ୍ତ୍ରୀ , ଶ୍ରେଷ୍ଠ ପ୍ରଶାସକ ଭଳି ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ନବୀନ । ପୋଷାକ ପତ୍ର କହିଲେ ଧଳା କୂର୍ତ୍ତା, ପାଇଜାମା, କୋଲ୍ହାପୁର ଚପଲ , ଅଫିସ ହେଉ କିମ୍ବା ଚ୍ୟାମ୍ବର ସବୁଠି ସାଧାରଣ ଆସବାବ ପତ୍ର । ସବୁ ସାଧାରଣ ଭିତରେ ଗତ କୋଡିଏ ବର୍ଷ ଭିତରେ ସେ ପାଲଟି ଯାଇଛନ୍ତି ଅସାଧାରଣ ବ୍ୟକ୍ତିତ୍ୱ । ରାଜନୀତିରେ ନୂଆ ଓ ଅନଭିଜ୍ଞ କହି ବ୍ୟଙ୍ଗୋକ୍ତି କରୁଥିବା ସମାଲୋଚକଙ୍କୁ ସେ ନିଜର ରାଜନୀତିକ ପରିପକ୍ୱତା ଓ ବିଚକ୍ଷଣତା ପ୍ରତିପାଦିତ କରିଛନ୍ତି । ଓଡିଆ ଭାଷା ଜାଣିନାହାନ୍ତି, ଲୋକଙ୍କ ସହ ମିଶୁନାହାନ୍ତି ଏବଂ ବ୍ୟୁରୋକ୍ରାଟିକ ଢଙ୍ଗରେ ଶାସନ କରୁଛନ୍ତି ବୋଲି ବିରୋଧୀଙ୍କ କଟାକ୍ଷକୁ ବି ସେ ଶକ୍ତ ଜବାବ ଦେଇ ପାଲଟିଯାଇଛନ୍ତି ଓଡିଶାର ଅପ୍ରତିଦ୍ୱନ୍ଦୀ ଲୋକପ୍ରିୟ ନେତା ।

LEAVE A REPLY

Please enter your comment!
Please enter your name here