ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କାଣ୍ଡ ଗାଁରେ ହୋଇଛି ଏଟିଏମ ଲୁଟ. ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଟିଏମ ଲୁଟ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି. ଏଟିଏମ ଭିତରୁ ଗ୍ୟାସ କଟର ଜବତ ହୋଇଥିବା ବେଳେ ଏକ 500 ଟଙ୍କିଆ ନୋଟ ଜବତ ହୋଇଛି. କେତେଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ବ୍ୟାଙ୍କ କର୍ମଚାରୀ ପହଞ୍ଚିବା ପରେ ତାହା ଜଣାପଡିବ ବୋଲି ସୂଚନା ମିଳିଛି. ଅନ୍ୟପଟେ ସିଙ୍ଗଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here