ସୋମବାର ରାଜଧାନୀର ଜିରୋ ଟଲରାନ୍ସ ଜୋନ ଏଜି ଛକରେ ପରିବେଶ ଥିଲା ଅଲଗା । ଟ୍ରାଫିକ ନିୟମ ଉଲଘଂନ କରି ହେଲମେଟ ପିନ୍ଧିନଥିବା ବାଇକ ଚାଳକଙ୍କ ପ୍ରତି ପୋଲିସର ବ୍ୟବହାର ନରମ ଥିଲା । କାହାକୁ କଡା ଭାଷାରେ ପୋଲିସ ଗାଳି କରୁନଥିଲା କି କାହା ଗାଡିରୁ ଚାବି ଛଡାଉନଥିଲା । ବରଂ ପୋଲିସ ହେଲମେଟ ପିନ୍ଧିବା ପାଇଁ ସେମାନଙ୍କୁ ସଚେତନ କରାଯାଉଥିଲା । ଆଉ ଯେଉଁମାନେ ହେଲମେଟ ପିନ୍ଧି ଆସୁଥିଲେ ସେମାନଙ୍କୁ ଓଲିଉଡ ତାରକାମାନେ ଗୋଲାପ ଫୁଲ ଓ ଚକୋଲେଟ ଦେଇ ସ୍ୱାଗତ କରୁଥିଲେ । କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ଏହି ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମରେ ସମରେଶ, ଅନୁଭା, ସମ୍ବିତ, ବୁଲୁ ପ୍ରମୁଖ ଓଲିଉଡ ତାରକା ଲୋକମାନଙ୍କୁ ଚେତନ କରିବାରେ ଲାଗିପଡିଥିଲେ ।

LEAVE A REPLY

Please enter your comment!
Please enter your name here