ସେ ଜଣେ ଏମିତି ବ୍ୟକ୍ତିତ୍ୱ, ଯାହା ବିଷୟରେ ଯେତେ କହିଲେ ମଧ୍ୟ କମ ହେବ. ଆମେ କହୁଛୁ ଏମିତି ଜଣେ ଅଟୋ ଚାଳକଙ୍କ କଥା ଯିଏ, ବିନା କୌଣସି ସ୍ୱାର୍ଥରେ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ନିଜ ଅଟୋରେ ନିଅନ୍ତି. ସେ ହେଉଛନ୍ତି କଟକ ଜିଲ୍ଲା ନିଆଳିର ପ୍ରଭାତ ପ୍ରଧାନ. ଦୀର୍ଘ 20 ବର୍ଷ ଧରି ସେ ପ୍ରାୟ 7 ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏପରି ସାହାଯ୍ୟ କରିସାରିଲେଣି. ତାଙ୍କର ମନ୍ତ୍ର ହେଲା କର୍ମ ହିଁ ଭଗବାନ. ସେ ସବୁବେଳେ ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିଥାନ୍ତି. ଯେଉଁମାନେ ଭିନ୍ନକ୍ଷମ, ବୟସ୍କ କିମ୍ବା କୌଣସି ଦୁର୍ଘଟଣାଗ୍ରସ୍ତ, ସେମାନଙ୍କୁ ପ୍ରଭାତ ସାହାଯ୍ୟ କରିଥାନ୍ତି. ତେବେ ଏହାକୁ ଦେଖିଲେ ମନେହେଉଛି, ଆଜି ବି ଏଭଳି କିଛି ଲୋକ ଅଛନ୍ତି, ଯାହା ଭିତରେ ମଣିଷ ପଣିଆ ବଞ୍ଚିଛି.

 

LEAVE A REPLY

Please enter your comment!
Please enter your name here