ମହିଳା ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟାରୁ ଲୋକସଭା ପ୍ରାର୍ଥୀ. ଲୋକସଭାରେ ତେତିଶ ପ୍ରତିଶତ ମହିଳା ପ୍ରାର୍ଥୀ ଦେବାକୁ ଘୋଷଣା କରିଥିବା ନବୀନ ପଟ୍ଟନାୟକ ଆସିକା ଲୋକସଭା ଆସନରେ ମହିଳା କାର୍ଡ ଖେଳିଛନ୍ତି . ପ୍ରମିଳା ବିଶୋୟୀ ରାଜନୀତିର ଧାର୍ ଧାରୁ ନଥିବା ଜଣେ ସାଧାରଣ ମହିଳା ଏବଂ ମହିଳା ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟ. ନବୀନ ପ୍ରମିଳାଙ୍କୁ କେବଳ ଜଣେ ମହିଳା ଭାବେ ପ୍ରାର୍ଥୀ କରିନାହାନ୍ତି, ବରଂ ସ୍ବଂୟ ସହାୟକ ମହିଳା ଗୋଷ୍ଠୀର ଜଣେ ସଦସ୍ୟାଙ୍କୁ ପ୍ରାର୍ଥୀ କରି ନବୀନ ରାଜ୍ୟର ସତୁରୀ ଲକ୍ଷ ଏସଏଚଜି ମହିଳାଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି. ବିଜେଡିର ସାଂସଦ ଲଡୁ କିଶୋର ସ୍ବାଇଁ ଆସ୍କା ଲୋକସଭାରୁ ଜିତି ଆସୁଥିବା ବେଳେ ନିକଟରେ ତାଙ୍କର ଦେହାନ୍ତ ହୋଇଥିଲା. ଅନ୍ୟପକ୍ଷରେ କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ଭାବେ ପ୍ରଥମଥର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଯୁବନେତା ରାମକୃଷ୍ଣ ପଣ୍ଡା.

LEAVE A REPLY

Please enter your comment!
Please enter your name here