ପୋଲିସ ଏଆଇ କେଳେଙ୍କାରୀ ମାମଲାରେ ତଦନ୍ତ ଆରମ୍ଭ କରିଛି ସିବିଆଇ । ଓଡିଶା କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିଥିଲା ତାର ସବୁ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିଛି। ତେଣୁ ସୋମବାର ବ୍ରହ୍ମପୁର ସିବିଆଇ ତଦନ୍ତ କରିବ। ସିବିଆଇ ମୂଳରୁ ଆଉଥରେ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି । ତେଣୁ କିଛି ଗିରଫ ଆଶାୟୀଙ୍କୁ ପଚରା ଉଚୁରା କରୁଛି ସିବିଆଇ । ୭ ଜଣ ଦଲାଲଙ୍କୁ ମଧ୍ୟ ଜେରା କରିବ ସିବିଆଇ । କେଉଁ ଦଲାଲ ସହ ଆଶାୟୀମାନେ ଡିଲ୍ କରିଥିଲେ ତାର ଖୋଳତାଡ କରିବ ସିବିଆଇ । ଆଗାମୀ ଦିନରେ ୧୨ ଜଣ ଆଶାୟୀଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି । ସୋମବାର ସିବିଆଇ ଟିମ୍ ବ୍ରହ୍ମପୁରରେ ଥିବା ଡିଏସପିଙ୍କ ସହ ଆଲୋଚନା କରିବେ । ଆଶାୟୀମାନେ ଯାଉଥିବା ବସକୁ ପିଛା କରି ଆନ୍ଧ୍ର ପ୍ରଦେଶ ଯାଇଥିବା ପୋଲିସ ଅଧିକାରୀଙ୍କୁ ମଧ୍ୟ ସିବିଆଇ ପଚରା ଉଚୁରା କରିବ । ଏହା ପରେ ସିଲିକନ ଟେକଲ୍ୟାବ ସଂସ୍ଥାର ସିଇଓ ସୁରେଶ ନାୟକ ଓ ପଞ୍ଚସପ୍ଟ ଟେକ୍ନୋଲୋଜି ନିର୍ଦ୍ଦେଶକ ତଥା ମାଷ୍ଟରମାଇଣ୍ଡ ଶଙ୍କର ଓ ମୁନା ସହ ୭ ଜଣଙ୍କୁ ରିମାଣ୍ଡରେ ଆଣିବାକୁ ସିବିଆଇ ଅଦାଲତରେ ଆବେଦନ କରିବ । ସୂଚନା ଅନୁଯାୟୀ, ମାମଲାରେ କ୍ରାଇମବ୍ରାଞ୍ଚ ୧୧୪ ଆଶାୟୀଙ୍କ ସହ ଏଥିରେ ସଂପୃକ୍ତ ସିଲିକନ ଟେକଲ୍ୟାବ ସଂସ୍ଥାର ସିଇଓ ସୁରେଶ ନାୟକ ଓ ପଞ୍ଚସପ୍ଟ ଟେକ୍ନୋଲୋଜିର ନିର୍ଦ୍ଦେଶକ ତଥା ମାଷ୍ଟରମାଇଣ୍ଡ ଶଙ୍କର ଓ ମୁନା ସହ ୭ ଜଣଙ୍କୁ ଗିରଫ କରିଥିଲା ।କିଛି ଦିନ ତଳେ କୋର୍ଟ ଆଶାୟୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତଦନ୍ତରେ ସହଯୋଗ କରିବାକୁ କୋର୍ଟ ସର୍ତ୍ତ ମଧ୍ୟ ରଖିଛନ୍ତି ।













