ଆଜି ଓଡିଶା ଗସ୍ତରେ ଆସି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନବୀନଙ୍କ ଉପରେ ବର୍ଷିଛନ୍ତି । ସାଲେପୁରରେ ଆୟୋଜିତ ଜନସମାବେଶକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଓଡିଶାରେ ବିଜେଡି ଓ ବିଜେପି ପରସ୍ପରକୁ ବାହା ହୋଇଯାଇଛନ୍ତି । ମିଳିମିଶି ରାଜ୍ୟର ଖଣି ଖାଦାନ ଲୁଟ୍ କରୁଛନ୍ତି । ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ପାନ ଖୁଆଇଛନ୍ତି । ପାନ ଅର୍ଥ ପାଣ୍ଡିଆନ ବୋଲି ରାହୁଲ କହିଛନ୍ତି । ଏସବୁ ବହୁତ ହୋଇଗଲାଣି, ଏଥର ଓଡିଶାରେ କଂଗ୍ରେସ ସରକାର ଆଣିବାକୁ ସେ ସମାବେଶକୁ ଆହ୍ବାନ ଦେଇଛନ୍ତି ।
ରାହୁଲ ଅଭିଯୋଗ କରିଛନ୍ତି, ଓଡିଶାରେ 15 ହଜାର କୋଟି ଟଙ୍କାର ଚାରା ଘୋଟାଲା ହୋଇଛି । ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣି ଖାଦାନ ଲୁଟ ହେଉଛି । କଂଗ୍ରେସ ସରକାରକୁ ଆସିଲେ ଦୁର୍ନୀତି ରୋକିବ । ଲୋକଙ୍କ ଖାତାକୁ ଟଙ୍କା ଆସିବ । ରାଜ୍ୟବାସୀଙ୍କୁ ଦୁଇଶହ ୟୁନିଟ ଲେଖାଁ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ । ପାଞ୍ଚଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ । ମହିଳାଙ୍କୁ ଦୁଇହଜାର, ଯୁବକଙ୍କୁ ତିନି ହଜାର ଏବଂ ଚାଷୀଙ୍କ ଖାତାକୁ ତିନି ହଜାର ୟଙ୍କା ଲେଖାଁଏ ଯୋଗାଇ ଦିଆଯିବ । ସବୁ ଗରିବ ପରିବାରର ଜଣେ ମହିଳାଙ୍କୁ ବଛାଯାଇ ତାଙ୍କ ଖାତାକୁ ପ୍ରତି ମାସରେ 8 ହଜାର 5ଶହ ଟଙ୍କା ଦିଆଯିବ । ବେକାର ୟୁବକ ଯୁବତୀଙ୍କ ପାଇଁ ପେହଲି ନୌକରୀ ପକ୍କା ଯୋଜନା ଅଣାଯିବ । ଏଭଳି ଅନେକ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।

LEAVE A REPLY

Please enter your comment!
Please enter your name here