ପୋଲିସ ଏସଆଇ ଦୁର୍ନିତି ମାମଲାରେ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାପାଇଁ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଛି । ଅଭିଯୁକ୍ତ ମୁନା ମହାନ୍ତି, ଅଭିମନ୍ୟୁ ଦୋରା,ଶ୍ରୀକାନ୍ତ ମହାରଣା ଏବଂ ପ୍ରିୟଦର୍ଶନୀ ସାମଲଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ସିବିଆଇ। କିଛିଦିନ ପୂର୍ବରୁ ସିବିଆଇ ଦୀଘା ମଡ୍ୟୁଲ୍ ମାଷ୍ଟରମାଇଣ୍ଡ ବିରଞ୍ଚି ନାରାୟଣ ନାୟକଙ୍କୁ ଗିରଫ କରିଛି । ଏହି ମାମଲାରେ ଗଞ୍ଜାମ ଜିଲା ବ୍ରାହ୍ମଣଛାଇ ଗ୍ରାମର ଶଙ୍କର ପୃଷ୍ଟି ସମେତ ସିଲିକନ କମ୍ପାନୀର ମାଲିକ ସୁରେଶଚନ୍ଦ୍ର ନାୟକ, ମୁଖ୍ୟ ଦଲାଲ ଅରବିନ୍ଦ ଦାସ ଓ ମୁନା ମହାନ୍ତି,ଏ. ଅଭିମନ୍ୟୁ ଦୋରା, ପ୍ରିୟଦର୍ଶନୀ ସାମଲ, ବିଶ୍ୱରଞ୍ଜନ ବେହେରା, ଶ୍ରୀକାନ୍ତ ମହାରଣା, ସାଗର କୁମାର ଗୌଡ, ତଫିମ ଅହମ୍ମଦ ଖାନ, ଲୋକନାଥ ସାହୁ ଓ ବିଶ୍ଵଜିତ ହରିଚନ୍ଦନଙ୍କୁ ଗିରଫ କରାଯାଇଛି।














