ଓଡିଶାକୁ ନାହିଁ ବାତ୍ୟା ଭୟ । କିନ୍ତୁ ଉପକୂଳ ଓଡିଶାକୁ ଛୁଇଁ ବାତ୍ୟା ପଶ୍ଚିମବଙ୍ଗ ମୁହାଁ ହେବ । ବାତ୍ୟାର ପ୍ରଭାବରେ ୨୩ ତାରିଖ ରାତିରୁ ହିଁ ବର୍ଷାର ପ୍ରଭାବ ଓଡିଶାରେ ଦେଖିବାକୁ ମିଳିବ । ୨୪ରୁ ୨୫ ଅଧିକରୁ ଅଧିକ ବର୍ଷା ହେବ । ୨୫ ତାରିଖରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ତାରିଖ ପାଇଁ ଭଦ୍ରକ , କେନ୍ଦ୍ରାପଡା, ଜଗତସିଂହପୁର , ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ୨୫ ତାରିଖ ପାଇଁ କେନ୍ଦୁଝର, ମୟୂରଭଞ୍ଚ , ଯାଜପୁର, ଖୋର୍ଦ୍ଧା , ପୁରୀ , ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here