ପୋଲିସ ସବ୍‌ଇନସ୍ପେକ୍ଟର ପରୀକ୍ଷା ଘୋଟାଲା ମାମଲାରେ ଗିରଫ ହୋଇଥିବା ଦଲାଲ ଓ ପରୀକ୍ଷାର୍ଥୀଙ୍କୁ ବଡ଼ ଝଟକା ଲାଗିଛି। ବ୍ରହ୍ମପୁର ଜେଏମଏଫସି କୋର୍ଟ ସମସ୍ତ ୧୧୯ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ବ୍ରହ୍ମପୁର ପୋଲିସ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ଦୁଇ ଜଣ ଦଲାଲଙ୍କୁ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରୁ ଗିରଫ କରିଥିଲା । ଏହା ସହିତ ପରବର୍ତ୍ତୀ ସମୟରେ ଆହୁରି 6 ଜଣ ଦଲାଲ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି । ସେମାନଙ୍କ ମଧ୍ୟରୁ ୧୧୪ ଜଣ ପରୀକ୍ଷାର୍ଥୀ ଏବଂ ୫ ଜଣ ଦଲାଲ ଅଛନ୍ତି।

LEAVE A REPLY

Please enter your comment!
Please enter your name here