ପୋଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ପୃଷ୍ଟିର ସହଯୋଗୀ ସାଗର ଗୌଡ଼କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସାଗର ଗୌଡ଼ ଶଙ୍କର ପୃଷ୍ଟିର କେୟାରଟେକର୍ । ଏସଆଇ ନିଯୁକ୍ତିର ଦୀଘା ମଡ଼୍ୟୁଲକୁ ସାଗର ପରିଚାଳିତ କରୁଥିଲା । ଏସଆଇ ନିଯୁକ୍ତି ଦୁର୍ନୀତିରେ ଦୁଇଟି ଠିକଣା ସ୍ଥିର କରାଯାଇଥିଲା । ଗୋଟେ ଥିଲା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଏବଂ ଆଉ ଏକ ସ୍ଥାନ ଥିଲା ଦୀଘା । ବାଲେଶ୍ୱରରୁ ଗିରଫ ହୋଇଥିବା ଅରବିନ୍ଦ ଦାଶ ଦୀଘା ମଡ୍ୟୁଲକୁ ପରିଚାଳିତ କରୁଥିଲା । ମୁନା ମହାନ୍ତି ଆନ୍ଧ୍ରର ଶ୍ରୀକାକୁଲମ ମଡେଲ୍ ଦେଖୁଥିଲା ଏବଂ ଦୀଘାରେ ମଧ୍ୟ ଅରବିନ୍ଦ ଏକ ହୋଟେଲ୍ ବୁକ୍ କରିବାରେ ସାହାଯ୍ୟ କରିଥିଲା । ସେଠାରେ ୧୧୦ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ରୁମ୍ ବୁକ୍ ହୋଇଥିଲା। ଦୀଘାରେ ସେପ୍ଟେମ୍ବର ୩୦ ତାରିଖ ଦିନ ସମସ୍ତେ ଏକାଠି ହୋଇଥାଆନ୍ତେ । କିନ୍ତୁ ସେପ୍ଟେମ୍ବର ୨୯ରେ ଶ୍ରୀକାକୁଲମ ଘଟଣା ସାମ୍ନାକୁ ଆସିବା ପରେ ଦୀଘା ମଡେଲକୁ ତୁରନ୍ତ ବାତିଲ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here